କିସ୍ତିରେ ମୋବାଇଲ କିଣିଲେ ବୋଲି ଜୀବନ ହାରିଲେ ସ୍ତ୍ରୀ । ସ୍ୱାମୀ ସହ ଯୁକ୍ତି କରି ବିଷ ପିଇଲେ ମହିଳା । 

କିସ୍ତିରେ ମୋବାଇଲ କିଣିଲେ ବୋଲି ଜୀବନ ହାରିଲେ ସ୍ତ୍ରୀ । ସ୍ୱାମୀ ସହ ଯୁକ୍ତି କରି ବିଷ ପିଇଲେ ମହିଳା । 

କନକ ବ୍ୟୁରୋ: ଫାଇନାନସରେ ସ୍ୱାମୀ ମୋବାଇଲ କିଣିଲେ ବୋଲି ଜୀବନ ହାରିଲେ ସ୍ତ୍ରୀ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଏମଭି-୧୪ ଗାଁରେ । ଗାଁର  ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଏକ ଦାମୀ ମୋବାଇଲ ଫୋନ୍ ମାଗିଥିଲେ । ତେବେ ଆର୍ଥିକ ସ୍ଥିତି ଭଲନଥିବାରୁ ସେ ଫାଇନାନ୍ସରେ ଏକ ସ୍ମାର୍ଟ ଫୋନ୍ କିଣି ସ୍ତ୍ରୀଙ୍କୁ ଦେଇଥିଲେ । ଶେଷ କିସ୍ତି ସମୟରେ ଫାଇନାନ୍ସ କର୍ମଚାରୀ ଦସ୍ତଖତ ପାଇଁ ତାଙ୍କ ଘରକୁ ଯାଇଥିଲେ  । ସେଠାରେ ମହିଳା ଜଣକ ଫୋନ୍ କିଣା ସମ୍ପର୍କରେ ଜାଣିବା ପରେ ଏନେଇ ସ୍ୱାମୀଙ୍କ ସହ ପାଟିତୁଣ୍ଡ କରିଥିଲେ । ବହୁ ସମୟ ଯୁକ୍ତିତର୍କ ହେବା ସହିତ ମହିଳା ଜଣକ ବିଷ ପିିଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe