କନକ ବ୍ୟୁରୋ : ଚଳନ୍ତା ଟ୍ରେନରେ ଶିଶୁ ଜନ୍ମ । ୪୩ ମିନିଟ ପର୍ଯ୍ୟନ୍ତ ଅଟକି ରହିଲା ଏକ୍ସପ୍ରେସ୍ । ବଲାଙ୍ଗୀର ରେଲୱେ ଷ୍ଟେସନରେ ଘଟିଛି ଏହି ଘଟଣା । ଜଣେ ଗର୍ଭବତୀ କୋରାପୁଟ-ରାଉରକେଲା ଏକ୍ସପ୍ରେସରେ ଯାଉଥିବା ବେଳେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଚିକିତ୍ସା ପାଇଁ ବୁର୍ଲା ବଡ ଡାକ୍ତରଖାନାକୁ ଯାଉଥିବା ବେଳେ ଗର୍ଭ ଯନ୍ତ୍ରଣା ହୋଇଥିଲା ।

Advertisment

ଆଉ ସେଠାରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ବଲାଙ୍ଗୀର ଷ୍ଟେସନରେ ଟ୍ରେନଟି ମଧ୍ୟ ଅଟକି ରହିଥିଲା । ହେଲେ ସବୁଠୁ ବଡ଼ କଥା ହେଲା ଟ୍ରେନ ଭିତରେ ଗର୍ଭବତୀଙ୍କୁ ଆରପିଏଫ ଯବାନମାନେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ । ଟ୍ରେନକୁ ଅଟକାଇ୧୦୮ ଆମ୍ବୁଲାନ୍ସରେ ମହିଳା ଓ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ମାଆ ଓ ଛୁଆ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡ଼ିଛି ।