ସାଇବର ଠକେଇର ନୂଆ ତରିକା ‘ୱାର୍କ ଫ୍ରମ ହୋମ’କୁ ସାବଧାନ । ୪ ଦିନରେ ୫୪ ଲକ୍ଷ ହରାଇଲେ ମୁମ୍ବାଇର ଜଣେ ମହିଳା । କମ ପରିଶ୍ରମରେ ଅଧିକ ଲାଭ ମିଳୁଥିବା କାମ ପ୍ରତି ଅଧିକ ସତର୍କ ରହିବାକୁ ପରାମର୍ଶ ।

105

କନକବ୍ୟୁରୋ: ଲୋକଙ୍କୁ ଠକିବାକୁ ସାଇବର ଅପରାଧୀମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବେଳେ ଏଥିରେ ଯୋଡି ହୋଇଛି ‘ୱାର୍କ ଫ୍ରାମ ହୋମ’ । କମ ପରିଶ୍ରମରେ ଘରେ ବସି ଅଧିକ ରୋଜଗାର କରିବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଶେଷକରି ଯୁବପିଢିଙ୍କୁ ଠକୁଛନ୍ତି ସାଇବର ଲୁଟେରା । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ନେଭି ମୁମ୍ବାଇରେ । ‘ୱାର୍କ ଫ୍ରମ ହୋମ’ର ଅଫର ଦେଇ ଜଣେ ୩୭ ବର୍ଷିୟ ମହିଳାଙ୍କ ଠୁ ୫୪ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଠକ । ଏନେଇ ମୁମ୍ବାଇ ସାଇବର ପୋଲିସରେ ଅଭିଯୋଗ କରିଛନ୍ତି ମହିଳା ।

କେମିତି ହୁଏ ଠକେଇ?
ପ୍ରଥମ ସାଇବର ଠକ କିଛି ସହଜ ଟାସ୍କ ପୁରା କରିବାକୁ କହିଥାଏ
କୌଣସି କମ୍ପାନୀ, ରେଷ୍ଟୁରାଂଟର ରେଟିଂ ଭଳି ଟାକ୍ସ ଦିଆଯାଇଥାଏ
ଟାକ୍ସ ପୂରଣ କରିବା ପରେ କିଛି ଟଙ୍କା ଆକାଉଂଟକୁ ଆସିଥାଏ
ଏପରି କରି ପ୍ରଥମେ ସେମାନେ ବିଶ୍ୱାସ ଜିତିବାକୁ ଚେଷ୍ଟାକରନ୍ତି
ପରେ ସେମାନେ କିଛି ସାମଗ୍ରୀ କିଣିବାକୁ ପରାମର୍ଶ ଦିଅନ୍ତି
ଆଉ ସାମଗ୍ରୀ କିଣିବା ପରେ ଅଧିକ ମାତ୍ରାରେ ରିଟର୍ଣ୍ଣର ଲୋକ ଦେଖାନ୍ତି
ବିଶ୍ୱାସ କରି ତାଙ୍କ ଅନୁସାରେ କାର୍ଯ୍ୟ କଲେ ଠକେଇର ଶିକାର ହୁଅନ୍ତି

ସାଇବର ଠକେଇରୁ କିପରି ବଂଚିବେ?
ଅନଲାଇନରେ କୌଣସି କାମ କରିବା ପୂର୍ବରୁ କମ୍ପାନୀ ଏବଂ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ଯାଂଚ କରନ୍ତୁ
ସୋସିିଆଲ ମିଡିଆରେ ଆସୁଥିବା ‘ୱାର୍କ ଫ୍ରମ ହୋମ’ ଅଫର ପ୍ରତି ସତର୍କତା ଅବଲମ୍ବନ କରନ୍ତୁ
କୌଣସି କାମ ପାଇଁ କେବେବି ଆଗୁଆ କୌଣସି ପାଉଣା ଦଅନ୍ତୁ ନାହିଁ
କମ ପରିଶ୍ରମରେ ଅଧିକ ଲାଭ ମିଳୁଥିବା କାମ ପ୍ରତି ଅଧିକ ସତର୍କ ରୁହନ୍ତୁ

ଅଧିକାଂଶ ସାଇବର ଠକେଇ ମୂଳ କାରଣ ହେଉଛି ଲୋଭ । ତେଣୁ କମ ପରିଶ୍ରମରେ ଘରେ ରହି ଅନଲାଇନରେ ରୋଜଗାର କରିବା ଚିନ୍ତାଧାରରୁ ଦୁରେଇ ରହିବାରୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ସାଇବର ଠକେଇର ଶୀକାର ହେଉଛନ୍ତି ତୁରନ୍ତ ସାଇବର ହେଲ୍ସ ଡେସ୍କ ୧୯୩୦କୁ ଯୋଗାଯୋଗ କରନ୍ତୁ ।