କନକ ବ୍ୟୁରୋ : ମହାନ ତମେ ମହିଳା ଡାକ୍ତର । ମହାମାରୀ ସମୟରେ ମାନବିକତାର ମହାଦେବୀ ସାଜିଛନ୍ତି ମହିଳା ଡାକ୍ତର ରାକ୍ଷୀ । କରୋନା ସଂକ୍ରମଣରୁ ବର୍ତିବା ପାଇଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ପରିବାରକୁ ପର କରି ବିପଦ ବେଳର ବନ୍ଧୁ ସାଜି ଦିନରାତି ଅହରହ ଲୋକଙ୍କ ସେବାରେ ଲାଗିଛନ୍ତି ଅଗଣିତ ସ୍ୱାସ୍ଥ୍ୟକର୍ମୀ । ଆଉ ଏଭଳି ସମୟରେ ଫରିଦାବାଦରୁ ଜଣେ ମହିଳା ଡାକ୍ତରଙ୍କ ମହାନତାର ଏମିତି ଏକ କାହାଣୀ ସାମ୍ନାକୁ ଆସିଛି, ଯାହା ଜାଣିଲେ ଗର୍ବରେ ଆପଣଙ୍କ ଛାତି ଫୁଲିଉଠିବ ।

Advertisment

କରୋନା ମହାମାରୀ ସଙ୍କଟ ବେଳେ, ଅନ୍ୟକୁ ସାହାଯ୍ୟ କରିବା ତ ଦୂରର କଥା, କେମିତି ମଣିଷପଣିଆକୁ ଲୋକେ ମାରିଦେଉଛନ୍ତି ତାର ଅନେକ ଚିତ୍ର ଆମେ ଦେଖିଛେ । କିନ୍ତୁ ଫରିଦାବାଦର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ମହିଳା ଡାକ୍ତର କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ବେଳେ ଯେମିତି, ରୋଗୀଙ୍କ କୌଣସି ଅସୁବିଧା ନହୁଏ ô, ସେଥିପାଇଁ ସେ ନିଜ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି ।

ଆସନ୍ତା ମେ ୧୪ ତାରିଖରେ ଡାକ୍ତର ରାକ୍ଷୀଙ୍କର ବାହାଘର ହେବାର ଥିଲା । କିନ୍ତୁ ରୋଗୀଙ୍କ ଚିକିତ୍ସାକୁ ପ୍ରାଥମିକତା ଦେଇ ସେ ନିଜ ବାହାଘରକୁ ଏବେ ପାଇଁ ଘୁଂଚାଇ ଦେଇଛନ୍ତି । ଏହି ମହିଳା ଡାକ୍ତରଙ୍କ କହିବା କଥା, ହସ୍ପିଟାଲକୁ ବିଭିନ୍ନ ସମୟରେ ଗୁରୁତର ଆକ୍ରାନ୍ତ ରୋଗୀମାନେ ଆସୁଛନ୍ତି । ସେମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା କରିବାର ଆବଶ୍ୟକତା ରହୁଛି । ଆଉ ଏଥିପାଇଁ ସେ ନିଜ ବାହାଘରକୁ ପ୍ରାଥମିକତା ନଦେଇ କର୍ତବ୍ୟକୁ ବଡ ବୋଲି ଭାବିଛନ୍ତି ।

କରୋନା ସଙ୍କଟ ଭିତରେ ଅନେକ ଆଗଧାଡିର ଯୋଦ୍ଧା, ନିଜ ସ୍ୱାର୍ଥକୁ ବଳି ଦେଇ ଦେଶସେବା କରୁଛନ୍ତି । ମହାମାରୀ ବେଳେ ଏଭଳି ମହାନତା ପାଇଁ, ସମସ୍ତ କରୋନା ଯୋଦ୍ଧାଙ୍କୁ ଶହେ ସଲାମ୍ ।