ସ୍ୱାମୀଙ୍କ ପାଇଁ ମନ୍ଦିର ତୋଳିଲେ ସ୍ତ୍ରୀ: ଅନ୍ତିମ ଇଚ୍ଛା ପୂରଣ ପାଇଁ ସବୁ ଜମିବାଡ଼ି ବିକିଦେଲେ ମୟୁରଭଂଜ ଶ୍ୟାମଖୁଂଟାର ବାସନ୍ତୀ ଘୋଷ
କନକ ବ୍ୟୁରୋ: ସ୍ୱାମୀ ଚାଲିଯିବା ପରେ, କୌଣସି ପତ୍ନୀ ତାଙ୍କ ଅନ୍ତିମ ଇଛା ପୂରଣ କରିବା ଆପଣ କୋଚିତ୍ ଦେଖିଥିବେ । କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ଶ୍ୟାମାଖୁଂଟା ବ୍ଲକରେ ଦେଖିବାକୁ ମିଳିଛି ସେମିତି ଏକ ଦୃଶ୍ୟ । ମନ୍ଦିରର କାରୁକାର୍ଯ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଠୁ ଅଧିକ ଚର୍ଚ୍ଚା ଏହି ମନ୍ଦିର ନିର୍ମାଣ ପଛରେ ରହିଥିବା ସୁନ୍ଦର କାହାଣୀକୁ ନେଇ ।
Kanak News is now on WhatsApp
Join and get latest news updates delivered to you via WhatsApp
ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଂଟା ବ୍ଲକର ପୋଡାଅସ୍ତିଆ ଗାଁର, ଏହି ରାମ ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ, ମା ସୀତା । ଆଉ ମନ୍ଦିରକୁ ଦେଖି ଖୁସି ହେଉଛନ୍ତି ସ୍ୱାମୀଙ୍କ ଇଛା ପୂରଣ କରିବାରେ ସଫଳ ହୋଇଥିବା ପତ୍ନୀ ବାସନ୍ତୀ ।
୨୦୧୨ ମସିହାରେ ପ୍ରହଲ୍ାଦ ଘୋଷ ଓ ପତ୍ନୀ ବାସନ୍ତୀ ଘୋଷ ଆରମ୍ଭ କରିଥିଲେ ଏହି ରାମ ମନ୍ଦିର । ନିଜ ପୈତୃକ ଜମି ଉପରେ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ଘୋଷ ଦମ୍ପତି । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ୨୦୧୮ରେ ପ୍ରହ୍ଲାଦଙ୍କର ଅକାଳ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁରେ ଭାଂଗି ପଡିଥିଲେ ପତ୍ନୀ ବାସନ୍ତୀ । ହେଲେ ସେ ହାର ମାନିନଥିଲେ । ସ୍ୱାମୀଙ୍କ ଇଛା ପୂରଣ ପାଇଁ ଲାଗି ପଡିଥିଲେ । ୨୦୨୧ରେ ପୁଣି ଆରମ୍ଭ କରିଥିଲେ ମନ୍ଦିର ନିର୍ମାଣ କାର୍ଯ୍ୟ । ଆଉ ଏବେ ସମ୍ପୂର୍ଣ୍ଣ କରିଛନ୍ତି ମନ୍ଦିର ନିର୍ମାଣ ।
ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିର ନିର୍ମାଣ କରିବା ବାସନ୍ତୀଙ୍କ ପାଇଁ ଏତେ ସହଜ ନଥିଲା । କିନ୍ତୁ ସ୍ୱାମୀଙ୍କ ଇଛା ପୂରଣ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ସ୍ୱାମୀଙ୍କ ଇଛା ପୂରଣ ପାଇଁ ଯାହା କିଛି ଜମିବାଡି ଥିଲା ସବୁ ବିକ୍ରି କରି ମନ୍ଦିର ନିର୍ମାଣରେ ଲଗାଇ ଦେଇଥିଲେ । ଆଉ ଶେଷରେ ବାସନ୍ତୀ ସ୍ୱାମୀଙ୍କ ଅନ୍ତିମ ଇଛା ପୂରଣ କରିବାରେ ସଫଳ ହୋଇଛନ୍ତି । ମନ୍ଦିର ନିର୍ମାଣ ଶେଷ ହେବା ପରେ ଗତ ଜାନୁଆରୀ ୩୧ରେ ମନ୍ଦିର ପ୍ରତିଷ୍ଠା ହୋଇଛି । ନିଜ ଦିବଙ୍ଗତ ସ୍ୱାମୀଙ୍କ ଇଛା ପୂରଣ କରିବାରେ ସଫଳ ହୋଇଥିବାରୁ ଏହାହିଁ ତାଙ୍କର ସବୁଠାରୁ ବଡ ଲପଲବ୍ଧି ବୋଲି କହିଛନ୍ତି ବାସନ୍ତୀ ।