କନକ ବ୍ୟୁରୋ: ସ୍ୱାମୀ ଦିନରେ ପୁରୁଷ ରାତିରେ ସ୍ତ୍ରୀ । ମହିଳା ସାଜି ସେକ୍ସ ରାକେଟ ଚଳାଉଥିଲେ ପତି । ପତ୍ନୀ ଜାଣିବା ପରେ ପ୍ରତିବାଦ କରିବାରୁ ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଶାଶୁଘର ଲୋକଙ୍କ ଜଣାଇବା ପରେ ବି ନ୍ୟାୟ ନମିଳିବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ସୂଚନା ଅନୁସାରେ ୨୦୧୯ରେ ସୋର ମୁଳିସିଂ ଗାଁର ଚିରଞ୍ଜିତ ଖିଲାରଙ୍କୁ ବିବାହ କରିଥିଲେ ଅଗ୍ନିପୁର ଗାଁର ଯୁବତୀ । ଦୁହିଁଙ୍କର ବୈଦିକ ରିତିନୀତି ଅନୁସାରେ ବାହାଘର ହୋଇଥିଲା । ବାହାଘର ସମୟରେ ଚିରଞ୍ଜିତ ଜଣେ ଇଂଜିନିୟର ବୋଲି କହିଥିଲେ । ହେଲେ ପ୍ରକୃତରେ ସେ ସୁରଟରେ ରହି ସେକ୍ସ ରାକେଟ୍ ଚଳାଇଥିଲେ । ବାହାଘରର କିଛି ଦିନ ପରେ ଏକଥା ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ । ବିରୋଧ କରିବାରୁ ତାଙ୍କୁ ସୁରଟ ନେଇଯାଇଥିଲେ ତାଙ୍କ ସ୍ୱାମୀ । ସେଠାରେ ତାଙ୍କ ଉପରେ ଅତ୍ୟାଚର କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ଶେଷରେ ଉପାୟ ନପାଇ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଏଏସଆଇ ନ୍ୟାୟ ଦେବା ବଦଳରେ ମୂଲଚାଲ କରିଥିବା ସେ ଅଭିଯୋଗ କରିଛନ୍ତି ।