ଜୟଦେବ ଭବନ ସାମ୍ନାରେ ପୁଣି ଆତ୍ମାହୂତି ଉଦ୍ୟମ : ଆତ୍ମାହୂତି ଉଦ୍ୟମ ବେଳେ କାବୁ କଲା ପୋଲିସ; ମହିଳା ଜଣଙ୍କ କୁଜଙ୍ଗ ଅଞ୍ଚଳର ସୂଚନା

152

କନକ ବ୍ୟୁରୋ :ଭୁବନେଶ୍ୱରରେ ପୁଣି ମହିଳାଙ୍କ ଆତ୍ମାହୂତି ଉଦ୍ୟମ । ଏଜି ଛକ ନିକଟ ଜୟଦେବ ଭବନ ସମ୍ମୁଖରେ ଜଣେ ମହିଳା ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । ତାଙ୍କ ପୁଅଙ୍କ ହତ୍ୟା ମାମଲାକୁ ପୋଲିସ ଚାପି ଦେଇଥିବା ପ୍ରତିବାଦରେ ସେ ଏହି ଆତ୍ମାହୂତି ଉଦ୍ୟମ କରିଥିବା ଜଣାପଡିଛି । ତେବେ ତାଙ୍କୁ ପୋଲିସ କାବୁ କରି ନିଜ ହେପାଜତକୁ ନେଇଛି । ମହିଳା ଜଣଙ୍କ ଜଗତସିଂହପୁର କୁଜଙ୍ଗ ଅଂଚଳର ବୋଲି ଜଣାପଡିଛି । ସେମାନଙ୍କୁ ପୋଲିସ ଗିରଫ କରିଛି । ତେବେ ଏହା ପଛରେ କିଛି ବ୍ୟକ୍ତିଙ୍କ ଷଡଯନ୍ତ୍ର ରହିଥିବା ସନ୍ଦେହ କରିଛି କମିଶନରେଟ୍ ପୋଲିସ । ଗତକାଲି ମଧ୍ୟ ଜଣେ ବ୍ୟକ୍ତି ଆତ୍ମାହୂତି ଉଦ୍ୟମ କରିଥିଲେ ।