ବିଧାନସଭା ସମ୍ମୁଖରେ ୨ଜଣଙ୍କ ଆତ୍ମାହୁତି ଉଦ୍ୟମ : ନ୍ୟାୟ ଦାବିରେ ମାଆ, ପୁଅଙ୍କ ଦେହରେ କିରୋସିନ୍ ଢ଼ାଳି ଆତ୍ମାହୁତି ଉଦ୍ୟମ

164

କନକ ବ୍ୟୁରୋ : ବିଧାନସଭା ନିକଟରେ ପୁଣି ୨ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ମାଆ, ପୁଅ ଆତ୍ମହୁତି ଉଦ୍ୟମ କରୁଥିବା ବେଳେ ତାଙ୍କୁ କାବୁ କରିଛି ପୁଲିସ । ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଉଭୟଙ୍କୁ କାବୁ କରିଛି ପୁଲିସ । ପୁଅ ହତ୍ୟାକାଣ୍ଡର ନ୍ୟାୟ ମିଳୁନଥିବା ଅଭିଯୋଗରେ ଉଭୟ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣାପଡିଛି । ଉଭୟ ମାଆ, ପୁଅ କୁଜଙ୍ଗ ଅଂଚଳର ବୋଲି ଜଣାପଡିଛି ।

ବର୍ଷକ ତଳେ ପୁଅ ଅମୃତ ଦାସକୁ ୧୦ରୁ ୧୨ ଜଣ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏନେଇ ତିର୍ତୋଲ ଥାନାରେ ସେ ଏତଲା ଦେଇଥିଲେ, ହେଲେ ତାଙ୍କ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ଥାନା ଅଧିକାରୀ କହିଥିଲେ । ପୁଅର ହତ୍ୟା ନେଇ ଥାନା ଅଧିକାରୀ, ଏସପି ,ଡିଏସପି ସମସ୍ତଙ୍କୁ ଜଣାଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଶେଷରେ ନ୍ୟାୟ ନମିଳିବାରୁ ଆଜି ବିଧାନସଭା ଆଗରେ ଆତ୍ମହତ୍ୟା ଉଦମ କରିଛନ୍ତି କୁଜଙ୍ଗର ମା ଓ ପୁଅ । ଏନେଇ ଡିସିପି ପ୍ରତିକ୍ରିୟା ରଖିଛନ୍ତି । ଗତକାଲି ମଧ୍ୟ ବିଧାନସଭା ଆଗରେ ଆଠଗଡ ଅଂଚଳର ୩ ଜଣ ଚାଷୀ ଆତ୍ମହୁତି ଉଦ୍ୟମ କରିଥିଲେ ।