ଭୁବନେଶ୍ୱର ମହାନଗର ନିଗମରେ ଆୟୋଜିତ ହୋଇଛି ଭୋଟର ସଚେତନତା ଶିବିର । ଭୋଟର ମହତ୍ୱ ବୁଝାଇଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଏମସି କମିଶନର ।

ସଚେତନ ନାଗରିକ ଭାବେ ଗଣତନ୍ତ୍ରରେ ସାମିଲ ହେବାକୁ ଆହ୍ନାନ

68

କନକବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ବିଜେବି କଲେଜରେ ଆୟୋଜିତ ହୋଇଛି ଭୋଟର ସଚେତନତା କାର୍ୟ୍ୟକ୍ରମ ।

ଯୁବ ଭୋଟରମାନଙ୍କୁ ସେମାନଙ୍କ ଗୋଟିଏ ଭୋଟର ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଏମସି କମିଶନର । ଗଣତନ୍ତ୍ରର ଜଣେ ସଚେତନ ନାଗରିକ ଭାବେ ଏହି ମହାପର୍ବରେ ସାମିଲ ହେବା ପାଇଁ ନୁଆ ଭୋଟରଙ୍କୁ ଅପିଲ କରିଛନ୍ତି ।

ଭୋଟ ହାର ବଢାଇବାରେ ଯୁବାବର୍ଗଙ୍କର ପ୍ରମୁଖ ଭୁମିକା ରହିଥିବାରୁ ନୂଆ ଭୋଟର ବିଶେଷ କରି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ଥିବା କହିଛନ୍ତି ବିଏମସି କମିଶନର ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା ।