କନକ ବ୍ୟୁରୋ : ଏମିତି ଏକ ଗାଁ ଯେଉଁଠି ପ୍ରତ୍ୟେକ ଦିନ ଜାତୀୟ ସଙ୍ଗୀତ ଗାନ ହୁଏ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ପଞ୍ଚାୟତର କୀର୍ତନପାଲି ଗାଁ । ଯେଉଁଠି ପ୍ରତିଦିନ ଗ୍ରାମବାସୀ ସକାଳୁ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିବା ସହ ଜାତୀୟ ପତାକା ଉତୋଳନ କରିଥାନ୍ତି । ଏଥି ସହ ଜାତିର ଜନକ ମହତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥାନ୍ତି ।

Advertisment

ଏତିକିରେ ସିମିତ ନ ରହି ଗାନ୍ଧୀଜୀଙ୍କ ୩ ମାଙ୍କଡଙ୍କ ନୀତି ଆଦର୍ଶ ତଥା ଗାନ୍ଧୀଜୀଙ୍କ ଆଦର୍ଶ ମାର୍ଗରେ ଗାଁକୁ ପରିଚାଳିତ କରି ଆସୁଛନ୍ତି । ଖରା ବର୍ଷା କିମ୍ବା ଶୀତ ପ୍ରତ୍ୟେକ ଦିନ ସକାଳୁ ଗାଁ ମଣ୍ଡପରୁ ଘଂଟି ବାଜିଲେ ଏହି ଗ୍ରାମରେ ବସବାସ କରୁଥିବା ୪୫ ପରିବାରରୁ ଅନୁନ୍ୟ ଜଣେ ସଦସ୍ୟ ଗାଁ ମଣ୍ଡପ ନିକଟରେ ପହଂଚିଥାନ୍ତି । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ କୀର୍ତନପାଲି ଗ୍ରାମବାସୀ ମିଳିତ ଭାବେ ଶ୍ରମଦାନ କରି ଗାଁକୁ ସ୍ୱଚ୍ଚ ରଖିବା ପାଇଁ ସପ୍ତାହରେ ଗୋଟିଏ ଦିନ ଗାଁ ରାସ୍ତା ହେଉ କି ପୋଖରୀ ସଫେଇ କାର୍ଯ୍ୟକରୁଥିବା ବେଳେ ,ପ୍ରତି ଘରେ ପାଇଖାନା ବସାଇ ଗାଁ ପରିମଳକୁ ସ୍ବଚ୍ଛ ରଖିଛନ୍ତି ।