ଭାରତର କୋଚିରୁ ପାଖାପାଖି ୧୫୦ କିମି ଦୂର ସ୍ଥିତ ଏହି ଗାଁକୁ ଭଗବାନ ଏକ ସୁନ୍ଦର ବରଦାନ ଦେଇଛନ୍ତି । ବୈଜ୍ଞାନିକମାନେ ମଧ୍ୟ ଏହି ବରଦାନକୁ ଦେଖି ଆଚମ୍ବିତ ଏବଂ ଏହା ଜାଣିବା ପାଇଁ ସେମାନେ ଅନୁସନ୍ଧାନ କରୁଛନ୍ତି । କେରଳର କୋଡିନହି ନାମକ ଗାଁରେ ୧,୦୦୦ ଜଣ ପିଲାଙ୍କ ମଧ୍ୟରୁ ୪୨ଜଣ ଯାଆଁଳା ଜନ୍ମ ହୋଇଛନ୍ତି । ଏହା ସମଗ୍ର ବିଶ୍ୱରେ ହାରାହାରି ୭ ଗୁଣ ଅଧିକ । ସାଧାରଣତଃ ସମଗ୍ର ବିଶ୍ୱରେ ୧,୦୦୦ରେ ମାତ୍ର ୬ ଜଣ ହିଁ ଯାଆଁଳା ଜନ୍ମ ହୁଅନ୍ତି ।
ଦୁନିଆରେ ଆଉ କୈାଣସି ବି ସ୍ଥାନରେ ଏତେ ଯାଆଁଳା ଜନ୍ମ ହୁଅନ୍ତିନି, ଯେତିକି ଏହି କୋଡିନହି ଗ୍ରାମରେ ଜନ୍ମ ହୁଅନ୍ତି । ୭୦ ବର୍ଷ ହେଲା ଏହି କ୍ରମରେ ଚାଲିଛି । କିନ୍ତୁ ବିଜ୍ଞାନ କିଛି ବି ପ୍ରମାଣ କରିପାରିନି । କେରଳର ବୈଜ୍ଞାନିକ ଇ ପ୍ରୀଥମଙ୍କ କହିବାନୁସାରେ, ବୈଜ୍ଞାନିକଙ୍କ ଦୃଷ୍ଟିରୁ କିଛି ବି ସିଦ୍ଧ ହୋଇପାରିନି । କିଛି ଲୋକ କୁହଁନ୍ତି କି ଏହା ଜେନେଟିକ୍ ବୋଲି । କିନ୍ତୁ ଏହାର ମଧ୍ୟ କୈାଣସି ପ୍ରମାଣ ନାହିଁ । କିଛି ଲୋକ ଏମିତି ବି କୁହନ୍ତି କି ଏଠାକାର ପାଣି, ପବନ ବା ମାଟିରେ ଏମିତି ରାସାୟନିକ ପଦାର୍ଥ ମିଶିଛି ଯେ, ଏହା ପ୍ରଜନନ ପ୍ରକ୍ରିୟା ଉପରେ ପ୍ରଭାବ ପକାଏ । କିନ୍ତୁ ଯାଆଁଳା ଶିଶୁ ଜନ୍ମ ହେବାର ଏପର୍ଯ୍ୟନ୍ତ କିଛି ଜଣାପଡିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/pairs_2-1.jpg)
/kanak/media/post_attachments/wp-content/uploads/2018/05/kodinhi_board-300x168.jpeg)
/kanak/media/post_attachments/wp-content/uploads/2018/05/kodinhi_2_Edited-300x189.jpg)