କନକବ୍ୟୁରୋ: ଭୁବନେଶ୍ୱର ରେଲୱେ ଷ୍ଟେସନରେ ରାତି ସମୟରେ ଯାତ୍ରୀ ହେଉଛନ୍ତି ହନ୍ତସନ୍ତ। ଯାତ୍ରୀ ମାନଙ୍କ ପାଇଁ ନାହିଁ ଉପଯୁକ୍ତ ରହଣୀ ସ୍ଥଳୀ। ବାହାରେ ଝିପି ଝିପି ବର୍ଷା ସାଂଗକୁ ମଶା କରୁଛି କଲବଲ। କେବଳ ସେତିକି ନୁହେଁ ଘଣ୍ଟା ଘଣ୍ଟା ଟ୍ରେନକୁ ଅପେକ୍ଷା କରି ବସିଛନ୍ତି ଯାତ୍ରୀ।  ଯେତେବେଳେ ଯାହାର ଟ୍ରେନ ଆସୁଛି ସେ ଯାଉଛି। କିନ୍ତୁ ଟ୍ରେନ ଆସିବା ପୂର୍ବରୁ ଶାନ୍ତିରେ ବସବାସ କରିପାରୁ ନାହାଁନ୍ତି। କେତେ ଦିନ ଯାତ୍ରୀ ଏପରି ଅସୁବିଧା ଭୋଗିବେ ତାକୁ ନେଇ ଉଠିଛି ପ୍ରଶ୍ନ।