କନକ ବ୍ୟୁରୋ : ଚୀନରେ ପୁଣି ବଢିଲା କରୋନା ସଂକ୍ରମଣ । ପଜିଟିଭ ବ୍ୟକ୍ତିଙ୍କୁ କ୍ରେନରେ ଉଠାଉଥିବାର ଭିଡିଓ ସାମ୍ନା ଆସିଛି । ଏକ କ୍ରେନ ଘର ଭିତରୁ ଜଣେ ପଜିଟିଭ ବ୍ୟକ୍ତି ଉଠାଉଥିବା ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏବେ କରୋନା କଟକଣ ହଟାଉଥିବା ବେଳେ ଚୀନ କଣ ପାଇଁ ଏଭଳି ନୀତି ଆପଣାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଚୀନରେ ଏବେ ବି ଜିରୋ କୋଭିଡ୍ ନୀତି ଜାରି ରହିଥିବାରୁ ଏଭଳି କରାଯାଉଥିବା କୁହାଯାଉଛି ।
ଚୀନର ରିପୋର୍ଟ ମୁତାବକ ତିନି ଦିନ ହେବ ଚୀନରେ ହଜାରରୁ ଅଧିକ କରୋନା ସକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ବଢୁଥିବାରୁ କିଛି ସହରରେ ଚୀନ ଲକଡାଉନ ଲାଗୁ କରିଛି । ସୋଶିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି । ସୂଚନାଯୋଗ୍ୟ ୨୦୧୯ରେ ଚୀନର ଉହାନ ସହରରୁ ପ୍ରଥମେ କୋଭିଡ ରୋଗୀ ଚିହ୍ନଟ ହୋଇଥିଲା । ଏହା ପରେ ସାରା ଦେଶକୁ ବ୍ୟାପିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/1-52.jpg)