କନକ ବ୍ୟୁରୋ : ଗୁଣ୍ଡ ହେଲା ଗୁଣ୍ଡା ଘର । ଅପରାଧୀର ବିବାହ ମଣ୍ଡପରେ ବୁଲିଲା ବୁଲଡୋଜର । ବେଆଇନ ଭାବେ ସରକାରୀ ଜାଗାରେ ନିର୍ମାଣ ହୋଇଥିବା ବିବାହ ମଣ୍ଡପକୁ ଭାଙ୍ଗିଛି ବଲାଙ୍ଗିର ପୋଲିସ । ଏହି ବିବାହ ମଣ୍ଡପଟି ଚିତ ମହାନ୍ତିଙ୍କ ନାଁରେ ରହିଛି ।
ସେ ଟିଟିଲାଗଡ଼ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ । ଇଡକୋଠାରୁ ଜମି ଲିଜ୍ ନେଇ ବିବାହ ମଣ୍ଡପ କରି ସେଠାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କରାଯାଉଥିଲା । ଏହା ସହ କିଛି ମାସ ତଳେ ନିଜ ଟ୍ରକରେ ଜଣଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିବା ସହ ଜଣଙ୍କୁ ଗୁରୁତର କରିଥିଲା । ଏହି ମାମଲାରେ ଏବେ ଜେଲରେ ଅଛି ଚିତ ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/10-13.jpg)