ସ୍କୁଲ ଭ୍ୟାନକୁ ୧୭ହାଜର ୫ଶହ ଟଙ୍କାର ଜରିମାନା । ବିନା କାଗଜ ପତ୍ରରେ ଗାଡି ଚାଲୁଥିବାରୁ ଫାଇନ୍ କଲା ଭଦ୍ରକ ପରିବହନ ବିଭାଗ

ଗ୍ରାମାଂଚଳ ଥାନରେ ଗାଡି ଅଟକ

228

କନକ ବ୍ୟୁରୋ: ଜରିମାନା ଗଣିଲା ସ୍କୁଲ ଭ୍ୟାନ । ୧୭ ହଜାର ୫୦୦ଟଙ୍କାର ତଣ୍ଡ ଗଣିଛି ସ୍କୁଲ ଭ୍ୟାନ । ବିନା କାଗଜ ପତ୍ରରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି । ଭଦ୍ରକ ଗ୍ରାମାଂଚଳ ଥାନା ନିକଟରେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଂଚ ବେଳେ ଧରାପଡ଼ିଥିଲା ଏହି ସ୍କୁଲ ଭ୍ୟାନ ।

ସୂଚନା ଅନୁଯାୟୀ କାରମେଲ ସ୍କୁଲ ଛାତ୍ର, ଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମେଜିକ ଭ୍ୟାନକୁ ଧରିଥିଲା ପରିବହନ ବିଭାଗ । ଗାଡ଼ିର ଇନ୍ସୁରାନ୍ସ, ଫିଟନେଓ, ପରମିଟ ଓ ଅନ୍ୟାନ କାଗଜ ପତ୍ର ନଥିବା ଅଭିଯୋଗରେ ୧୭ ହଜାର ୫୦୦ ଟଙ୍କାର ଜରିମାନା କାଟିବା ସହ ସ୍କୁଲ ଭ୍ୟାନକୁ ଗ୍ରାମାଂଚଳ ଥାନାରେ ଅଟକ ରଖାଯାଇଛି ।

ସେପଟେ ଭଦ୍ରକ  ଆରଟିଓ କହିଛନ୍ତି କି, ଏଭଳି ଗାଡ଼ିଗୁଡ଼ିକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ । ସେଗୁଡ଼ିକର ସମସ୍ତ କାଗଜପତ୍ର  କରି ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଜରିମାନା ଆଦାୟ କରାଯିବ ।  ତେବେ ଭଦ୍ରକ ଆରଟିଓର ଏଭଳି ମାରାଥନ୍ ଯାଞ୍ଚକୁ ନେଇ ଏବେ ଆତଙ୍କିତ ହୋଇପଡ଼ିଛନ୍ତି ଗାଡି ଚାଳକ ।

କେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା..

ଅଧିକ ବେଗରେ ଗାଡି ଚଳାଇଲେ ୧ ହଜାରରୁ ୪ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିନା ବୀମାରେ ଗାଡି ଚଳାଇଲେ ୨ହଜାରରୁ ୪ ହଜାର ବା ଜେଲ୍‌ ଦଣ୍ଡ। ହେଲମେଟ ନ ପିନ୍ଧିଲେ ୧ ହଜାର ଜରିମାନା ସହ ୩ମାସ ପାଇଁ ଲାଇସେନ୍ସ ରଦ୍ଦ। ଗାଡି ଚାଳକ ନାବାଳକ/ନାବାଳିକା ହୋଇଥିଲେ ୨୫ ହଜାର ଜରିମାନା ଓ ୩ବର୍ଷ ପର୍ଯ୍ୟନ୍ତ ଜେଲ। ଟ୍ରାଫିକ ପୋଲିସ ନିର୍ଦ୍ଦେଶ ନ ମାନିଲେ ୨ ହଜାର ଟଙ୍କା, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର ଟଙ୍କା, ଲାଇସେନ୍ସ ପରୀକ୍ଷା ବିଫଳ ହୋଇ ମଧ୍ୟ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ ହଜାର, ମଦ ପିଇ ଗାଡି ଚଳାଇଲେ ୧୦ ହଜାର, ଓଭରଲୋଡିଂ ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡିବ। ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ. ଆମ୍ବୁଲାନ୍ସ ପରି ଜରୁରିକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡିଲେ ମଧ୍ୟ ୧୦  ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବା ସହ ଜେଲ ଯିବାକୁ ପଡିପାରେ କିମ୍ବା ଉଭୟ ଜେଲ ଦଣ୍ଡ ସହ ଜରିମାନା ଦେବାକୁ ପଡିପାରେ। କାର ବା ଅନ୍ୟ ଗାଡି ଚାଳନାବେଳେ ସିଟ୍‌ ବେଲ୍‌ଟ ନ ଭିଡିଲେ ଜରିମାନା ଦେବାକୁ ପଡିବ ବୋଲି ସୂଚନା ଦିଆଯାଇଛି।