କନକ ବ୍ୟୁରୋ: ରାଜ୍ୟ ତଥା ଦେଶରେ ହୋଲିର ଧୁମ ଚାଲିଛି । ହେଲେ ରାଉରକେଲାରେ ଦେଖିବାକୁ ମିଳିଛି ନିଆରା ହୋଲି ଖେଳ । ରଙ୍ଗ ବଦଳରେ କାଦୁଅରେ ହୋଲି ଖେଳ ଚାଲିଛିା ରାଉରକେଲା ଛେଣ୍ଡସ୍ଥିତ ଟିସ୍କୋ ଖାଦାନ ଅଞ୍ଚଳରେ ଏହି କାଦୁ ହୋଲିର ଦୃଶ୍ୟ ଦେଖିବାକୁ ମିଳିଛି ।
ଟ୍ୟାପ ପାଣିକୁ ଏକ ପାଇପରେ ଆଣି ଏକ ଖୋଲା ସ୍ଥାନର ଧୁଳିକୁ କାଦୁଅ କରାଯାଇଛି । ଆଉ ସେହି କାଦୁଅରେ ଗଡାତଡା ହୋଇ ହୋଲିର ମଜା ନେଉଛନ୍ତି ବାଳକବାଳିକା । କେତେବେଳେ ସାଙ୍ଗ ସାଥୀଙ୍କୁ ଉଠାଇ ଆଣି କାଦୁଅରେ ଶୁଆଇ ଦେଉଛନ୍ତି । ପୁଣି କେତେବେଳେ କାଦୁଅ ବୋଲି ହୋଲିର ଉତ୍ସବର ମଜା ନେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/17-5.jpg)