କନକ ବ୍ୟୁରୋ: କୁଇ କନ୍ଧ ଆଦିବାସୀଙ୍କ ନିଆରା ସଡ୍ରା ପର୍ବ। ଗଜପତି ମୋହନା ବ୍ଲକ ଅଁଳାଗୁଡା ଗାଁରେ ଧୁମ୍ ଧାମରେ ସଡ୍ରା ପର୍ବ ପାଳନ ହୋଇଯାଇଛି। ବର୍ଷକୁ ଥରେ ତିନିଦିନ ଧରି ଏହି ପର୍ବ ପାଳନ କରିଥାନ୍ତି କୁଇ କନ୍ଧ ଆଦିବାସୀ। ଏହି ପର୍ବରେ ପିତୃ ପୁରୁଷଙ୍କ ସହ ଇନ୍ଦ୍ର ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ପର୍ବ ପାଳନ କରିଲେ ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହ ଭଲ ବର୍ଷା ଓ ଭଲ ଫସଲ ହେବ ବୋଲି ବିଶ୍ୱାସ ରହିଛି । ଏପରିକି ଏହି ତିନିଦିନିଆ ପର୍ବରେ ଆମିଷ ଭୋଜନ ସହ ତେଲ, ପିଆଜ ରସୁଣ ନଖାଇ ନିଷ୍ଠାରେ ରହିଥାନ୍ତି ।