କନକ ବ୍ୟୁରୋ : ନିଆରା ନିତି ସାଙ୍ଗକୁ ଭିନ୍ନ ପରମ୍ପରାରେ ଚାଲିଛି ଧରାକୋଟ ଗଡରେ ରଥଯାତ୍ରା । ଗୁଣ୍ଡଚା ଦିନ କେବଳ ରଥାରୂଢ ହୋଇଥାନ୍ତି ତିନି ଠାକୁର କିନ୍ତୁ ହୁଏନି ଏଠି ରଥ ଟଣା । ଏଠି ଅନ୍ୟ ଏକ ବ୍ୟତିକ୍ରମ ହେଲା ରଥରେ ରାଜଜେମା କରନ୍ତି ଛେରା ପହଁରା ।

Advertisment

 ଗଂଜାମ ଜିଲ୍ଲାର ଧରାକୋଟ ତତ୍କାଳିନ ଗଡ଼ଯାତ ରାଜ୍ୟ ଗୁଡିକ ମଧ୍ୟରେ ଅନ୍ୟତମ । ଜଗନ୍ନାଥ ସଂସ୍କୃତି ଅନୁସାରେ ଧରାକୋଟ ଗଡରେ ରାଜ ରାଜୁଡ଼ାଙ୍କ ଦ୍ୱାରା ପ୍ରତିଷ୍ଠିତ ମନ୍ଦିରରେ ପୁଜା ପାଉଛନ୍ତି ତିନି ଠାକୁର । ଏହାର ପରିଚାଳନା ଦାୟିତ୍ୱ ରାଜ ପରିବାର କରନ୍ତି । ବାର ମାସରେ ଏଠି ତେର ପର୍ବ ପାଳନ ହୁଏ । ସେଥିମଧ୍ୟରୁ ରଥଯାତ୍ରା ଅନ୍ୟତମ । ସବୁଠି ରଥଯାତ୍ରା ସମୟରେ ଗୁଣ୍ଡିଚା ଦିନ ରଥ ଟଣା ଯାଇଥାଏ । ହେଲେ ଧରାକୋଟ ଗଡରେ ରଥଯାତ୍ରା ସମ୍ପୁର୍ଣ  ନିଆରା । ଏଠି ଗୁଣ୍ଡଚା ଦିନ କେବଳ ତିନି ଠାକୁରଙ୍କୁ ରଥାରୂଢ କରାଯାଏ । ତା ପର ଦିନ ରଥ ଟାଣିବାର ରହିଛି ସ୍ୱତ୍ୱନ୍ତ୍ର ବ୍ୟବସ୍ଥା । ସେହିପରି ବାହୁଡା ବାସି ଅର୍ଥାତ୍ ତାପର ଦିନ ଏକାଦସି ତିଥୀରେ ଏଠାରେ ବାହୁଡା ଯାତ୍ରା ହୁଏ ।

ଗୁଣ୍ଡିଚା ଯାତ୍ରା ଦିନ ଜାବତିୟ ନିତିକାନ୍ତି ପରେ ସନ୍ଧ୍ୟା ସମୟରେ ଆରମ୍ଭ ହୁଏ ତିନି ଠାକୁରଙ୍କ ପହଣ୍ଡି ବିଜେ । ଏହି ପହଣ୍ଡି ବିଜେ ସମୟରେ ଧରାକୋଟ ଗଡର ରାଜା ସାହେବା  ସୁଲକ୍ଷଣା ଗିତାଞଳି ଦେବି  ଆଗେ ଆଗେ ତିନି ଠାକୁରଙ୍କ ପାଟ ଦଉଡି ଧରି ପହଣ୍ଡି ବିଜେ କରାନ୍ତି । ରଥା ରୁଢ ଠାକୁଙ୍କ ସନ୍ଧ୍ୟା ଆଳତି ସାରି ପୁଷ୍ପାଞଳି  ଅର୍ପଣ ପରେ ବଡ ପଣ୍ଡା ରାଜା ରାଜଜେମାଙ୍କ ମୁଣ୍ଡରେ  ଶିରପା ପିନ୍ଧାଇ ଦେବ କାର୍ଯ୍ୟ ସମାପନ କରନ୍ତି । ମାତ୍ର ୧୪ ବର୍ଷ ବୟସରେ ରାଜ ଜେମା ସୁଲକ୍ଷଣା ଗିତାଞଳି ଦେବି ରାଜଗାଦୀରେ ଅଭିଷିକ୍ତ ହେବା ପରେ ନିଜକୁ ଆଦ୍ୟ ସେବକ ରୁପେ ସାମିଲ୍ କରି ସମସ୍ତ କାଯ୍ୟକରି ଆସୁଛନ୍ତି । ଆଉ ଏହି ରଥଯାତ୍ରା ଦେଖିବାକୁ ସ୍ଥାନୀୟ ଅଂଚଳର ଲୋକଙ୍କ ଭିଡ଼ ଜମିଥାଏ ।