କନକ ବ୍ୟୁରୋ: ରକ୍ତଭିଜା ରାକ୍ଷୀ ବାନ୍ଧିଲେ ଆନ୍ଦୋଳନରତ ଛାତ୍ରଛାତ୍ରୀ। ବୁର୍ଲା ଭିମସାର ଡାକ୍ତରଙ୍କ ଆନ୍ଦୋଳନ ଚାରି ଦିନରେ ପହଞ୍ଚିଥିବାବେଳେ ଅଭିନବ ଭାବରେ ଆଜି ପ୍ରତିବାଦ କରିଛନ୍ତି। ଡାକ୍ତର ଛାତ୍ରୀମାନେ କଳା ରାକ୍ଷୀକୁ ରକ୍ତ ପରି ରଙ୍ଗରେ ଭିଜାଇ ବାନ୍ଧି ପ୍ରତିବାଦ କରିଛନ୍ତି। ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେବାରୁ ଏଭଳି ପ୍ରତିବାଦ ହୋଇଛି। ସେଠାରେ ଡାକ୍ତରୀ ଛାତ୍ରୀ ଭଉଣୀକୁ ହତ୍ୟା ପରେ ଆଜି ଏପରି ନିଆରା ପ୍ରତିବାଦ କରି ରକ୍ଷାବନ୍ଧନ ପାଳିଛନ୍ତି।

Advertisment