କନକ ବ୍ୟୁରୋ: ଦରଦାମ ବୃଦ୍ଧି ଭିତରେ ଅଭିନବ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଦରବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ହାତରେ ପରିବା ଧରି ଶୋଭାଯାତ୍ରା କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ବାସଭବନ ଆଗରେ ଶସ୍ତାରେ ପରିବା ବିକ୍ରି କରିଛନ୍ତି । ସାଧାରଣ ଲୋକ ବି ପରିବା କିଣୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ ଶୀତଳ ଭଣ୍ଡାର ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

Advertisment
  • ଛାତ୍ର କଂଗ୍ରେସର ନିଆରା ପ୍ରତିବାଦ
  • ମନ୍ତ୍ରୀଙ୍କ ଘର ଆଗରେ ବିକ୍ରି କଲେ ପରିବା

ରାଜ୍ୟରେ ପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶ ଛୁଆଁ ହୋଇଥିବାବେଳେ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଦର ବୃଦ୍ଧି ପାଇଁ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାରଙ୍କୁ ଦାୟୀ କରି ହାତରେ ପରିବା ଧରି ଶୋଭାଯାତ୍ରା କରିଛନ୍ତି । ଶୋଭାଯାତ୍ରା କରିବା ପରେ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ବାସଭବନ ଆଗରେ ବଜାର ଦର ଠାରୁ ପ୍ରାୟ ଅଧା ଦାମରେ ବିଭିନ୍ନ ପ୍ରକାରର ପରିବା ବିକ୍ରି କରିଛନ୍ତି । ରାଜ୍ୟରେ ଶୀତଳ ଭଣ୍ଡାର ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ ୩୦ ଟଙ୍କା, ପୋଟଳ ୫୦ଟଙ୍କା, ବିନ୍ସ ୫୦, ଲଙ୍କା ୫୦, ଓ ସାରୁ କିଲୋ ୩୦ଟଙ୍କାରେ ବିକ୍ରି କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଆଉ ବଜାର ଦରଠାରୁ ଛାତ୍ର କଂଗ୍ରେସ କର୍ମୀମାନେ କମ୍ ଦାମରେ ପରିବା ବିକ୍ରି କରୁଥିବାରୁ ସାଧାରଣ ଲୋକ ବି ପରିବା କିଣୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ପାଇଁ କେନ୍ଦ୍ରର ମୋଦୀ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ଛାତ୍ର କଂଗ୍ରେସ ସଭାପତି ।

ମାତ୍ର କେଇ ସପ୍ତାହ ଭିତରେ ଅଧିକାଂଶ ପରିବା ଦର ଶହେ ଟଙ୍କା ଉପରକୁ ଟପି ଯାଇଛି । ସେହିପରି ଚାଉଳ, ଡାଲି, ଅଟା ଭଳି ନିତ୍ୟବ୍ୟବହାର୍ଯ୍ୟ ଜିିନିଷର ଦର ମଧ୍ୟ କିଲୋପିଛା ୫ରୁ ୧୦ଟଙ୍କା ବୃଦ୍ଧି ପାଇଛି । ଯାହା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ଏନେଇ ବିଜେଡି ଓ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ସୁରକ୍ଷା ଦୃଷ୍ଟି କୋଣରୁ କୃଷିମନ୍ତ୍ରୀଙ୍କ ଘର ଆଗରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।