କନକ ବ୍ୟୁରୋ: ନିଆରା ଏକ ପ୍ରେମ କାହାଣୀ । ବୟସର ଅପରାହ୍ନରେ ବି ମଉଳି ଯାଇନି ତାଙ୍କ ପ୍ରେମ । ଜଙ୍ଗଲରେ ବିତୁଛି ଉଭୟଙ୍କ ଜୀବନ । ଏକାଠି ବସୁଛନ୍ତି , ଏକାଠି ବୁଲୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହି ପ୍ରେମୀ ଯୁଗଳ ରହୁଛନ୍ତି ଜଙ୍ଗଲ ଭିତରେ । ବୟସର ଛାପ ବି ମଉଳାଇ ଦେଇନି ତାଙ୍କ ପ୍ରେମକୁ । ଠିକ୍ ଏହି ପ୍ରେମ ସପ୍ତାହ ଆସିଲେ ନଜରକୁ ଆସିଥାନ୍ତି ଗଜପତିର ଏହି ପ୍ରେମ ଯୋଡି କାଲା ଓ କୁମାରୀ । ଦୀର୍ଘ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ । ହେଲେ କୌଣସି କାରଣରୁ ବିବାହ କରିପାରିନଥିଲେ କାଲା ଓ କୁମାରୀ । କିନ୍ତୁ ନିଷ୍ପତି ନେଇଥିଲେ ଏକାଠି ରହିବାକୁ । ଘର ପରିବାରଠୁ ଦୂରରେ ଜଙ୍ଗଲରେ ତିଆରି କରିଥିଲେ ନିଜ ବାସ ସ୍ଥଳୀ । ସେବେଠାରୁ ଦୁହେଁ ସେହି ଜଙ୍ଗଲ ଘର ରହି ଆସଛନ୍ତି ।

Advertisment

କାଲା ଓ କୁମାରୀ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ ପହଂଚିଛନ୍ତି । ହେଲେ ପ୍ରେମ ତାଙ୍କର ମଉଳି ଯାଇନି । ଜଣଙ୍କ ଦେହ ଖରାପ ହେଲେ ଆଉ ଜଣେ ଜଗି ବସି ତାର ସେବା କରିଥାଏ । କାଲା ଅସୁସ୍ଥ ଥିବା ବେଳେ ତାର ସମସ୍ତ ଯତ୍ନ ନେଉଛନ୍ତି କୁମାରୀ । ଭଙ୍ଗା କୁଡିଆରେ ରହୁଥିବା ବେଳେ ଚଳିବାପାଇଁ ଭତା ଆଉ ଜଙ୍ଗଲଜାତ ଜିନିଷ କିଛି ମିଳିଯାଉଛି । ସେଇଥିରେ ସୁଖ ଦୁଃଖରେ ଚାଲିଛି କାଲା ଓ କୁମାରୀଙ୍କ ତେଲ ଲୁଣ ସଂସାର ।