କନକ ବ୍ୟୁରୋ: ପ୍ରକୃତି ହେଉଛି ଭଗବାନ । ଜୀବଜଗତକୁ ସୁଖ ଶାନ୍ତିରେ ପରିପାଳନ କରିବାରେ ତାହାର ଅବଦାନ ଅତୁଳନୀୟ । ପଞ୍ଚ ଭୂତରେ ଗଢା ସଜିବ ଓ ନିର୍ଜିବ ଜଗତ । ପ୍ରକୃତି ଦତ ଅମ୍ଳଜାନ ଓ ଜଳ ଆମ ଅମୃତ । ତାହାର ଆଦର କରିବା ଦ୍ୱାରା ବିଶ୍ୱ ହସି ଉଠିବ । ପ୍ରକୃତି ବଞ୍ଚି ରହିଲେ ସୁଷ୍ଟି ବଞ୍ଚି ରହିବ । ତେଣୁ ପ୍ରକୃତିକୁ ଆଦର କରିବା ଆଉ ତାର ପୂଜା କରିବା ପାଇଁ, ଲୋକଙ୍କ ମନରେ ନୁତନ ଚିନ୍ତା ଧାରା ଆଣିବା ପାଇଁ ଆସିକା ବାବାନପୁରରୁ ଅରମ୍ଭ ହୋଇଛି ନଭେମ୍ଭର ୧୦ରେ ପ୍ରଥମ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ।
ରାଜନୈତିକ ଦଳର ଶୋଭାଯାତ୍ରା ନୁହେଁ । ନାହିଁ ଏହା କୌଣସି ଦେବାଦେବୀଙ୍କ ଶୋଭାଯାତ୍ରା । ସରଳ ଭାଷାରେ କହିଲେ ଏହା ହେଉଛି ପ୍ରକୃତି ପ୍ରତି ଭଲ ପାଇବା । ଲୋକଙ୍କୁ ପ୍ରକୃତି କୋଳକୁ ଫେରାଇବା ପାଇଁ ଏହା ହେଉଛି ନୂତନ ପ୍ରୟାସ । ପ୍ରକୃତିକୁ ଭଗବାନ ମାନି, ତାର ସୁରକ୍ଷା ପାଇଁ ସ୍ୱତ ପ୍ରବୃତ ଭାବେ ଲୋକେ ଏହି ଏଥିରେ ସାମିଲ ହୋଇଛନ୍ତି । ପ୍ରକୃତି ମାତାର ପୁଜା କରିବା ସହ ପ୍ରଥମ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳନ ଆରମ୍ଭ କରିଛନ୍ତି । ଗଞ୍ଜାମ ଆସିକା ବ୍ଲକ ବାବାନପୁର ସରପଞ୍ଚ ତଥା ଗ୍ରୀନ୍ ଅର୍ଗାନିକ୍ ଡେଭଲାପମେଣ୍ଟ(ଗଡର ପ୍ରତିଷ୍ଠାତା ସଂଜୟ କୁମାର ନାୟକଙ୍କ ତେତୃତ୍ୱରେ ଏଭଳି ନିଆରା କାର୍ଯ୍ୟକ୍ରମ କରାଯାଇଛି ।
ପରିବେଶର ସୁରକ୍ଷା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ, ମସ୍ତକରେ ଲାଗି ହେଇଥିବା ନାକଚଣା ଓ ପତିତ ପାବନ ବାନା ନେଇ ବାବନପୁରରୁ ପୁଣ୍ୟପୀଠ ଗଡଗଡା ପାହାଡ ପାଦ ଦେଶ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ପରେ ଆଦ୍ୟ ପୂଜକ ଭାବେ ପଦ୍ମଶ୍ରୀ ଡ.ତୁଳସୀ ମୁଣ୍ଡା ବୃକ୍ଷ ପୁଜା କରିଥିଲେ । ଏହି ଅବରସରେ ପ୍ରଦୂଷଣର କାରଣ ଏବଂ ନିରାକରଣ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ପରିବେଶ ଉପରେ ସଚେତନତା ପାଇଁ ଘର ଘରକୁ ଯାଇ ବୁଝାଇବା ସହ ପ୍ରକୃତି ମାଙ୍କ ମନ୍ଦିର କରିବାକୁ ଲକ୍ଷ୍ୟ ରଖଛି ଗ୍ରୀନ୍ ଅର୍ଗାନିକ୍ ଡେଭଲପମେଣ୍ଟ ।