କନକ ବ୍ୟୁରୋ: ମହିଳା ସମାବେଶରେ ମହିଳାଙ୍କୁ ଅଗ୍ରାଧିକାର । ମହିଳାଙ୍କ ଦ୍ୱାରା ମଞ୍ଚ ସଞ୍ଚାଳନ ସହ ନିର୍ବାଚିତ ଜନପ୍ରତିନିଧି ତଥା ମହିଳା କର୍ମୀଙ୍କୁ ଗୁରୁତ୍ୱ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅଧୀନ ବନମାଳିପୁର ସୋମନାଥ ଦେବଙ୍କ ମେଳଣ ପଡିଆରେ । ଆଜି ପୂର୍ବାହ୍ନରେ ଆୟୋଜିତ ଏହି ସମାବେଶରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିଆରା ଉଦ୍ୟମରେ ପୂରା କାର୍ଯ୍ୟକ୍ରମ କେବଳ ମହିଳାଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା ।
ନାରୀ ସଶକ୍ତିକରଣର ବାର୍ତା ଦେଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ସମାବେଶରେ ବିଭିନ୍ନ ଅଂଚଳରୁ ୫ ହଜାରରୁ ଅଧିକ ମହିଳା ଯୋଗଦେଇଥିଲେ । ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିନ ବିଭିନ୍ନ ବ୍ଲକର ମହିଳା ସଭାପତି ଓ ନିର୍ବାଚିତ ଜନପ୍ରତିନିଧି ମଂଚରେ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/vlcsnap-2023-03-26-20h06m20s233.jpg)