କର୍କଟ ରୋଗକୁ ଜାଣିବା କର୍କଟ ରୋଗକୁ ଜିଣିବା: ବିଶ୍ଵ କର୍କଟ ଦିବସ ଅବସରରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ଏକ ନିଆରା ପ୍ରୟାସ

Advertisment
କର୍କଟ ରୋଗକୁ ଜାଣିବା କର୍କଟ ରୋଗକୁ ଜିଣିବା: ବିଶ୍ଵ କର୍କଟ ଦିବସ ଅବସରରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ଏକ ନିଆରା ପ୍ରୟାସ

କନକ ବ୍ୟୁରୋ: କ୍ୟାନ୍ସର ଏକ ଅଭିଶପ୍ତ ରୋଗ ଯେପରି, ଯାହାକୁ ବି ଗ୍ରାସେ, ସେ ମାନସିକ ଏବଂ ଶାରିରୀକ ସ୍ତରରେ ଦୁର୍ବଳ ହୋଇପଡ଼େ। କ୍ୟାନ୍ସର ରୋଗ ଆବାଳବୃଦ୍ଧବନିତାଙ୍କୁ ହୋଇଥାଏ । ସେହିପରି, ସମ୍ପୂର୍ଣ୍ଣ ଜୀବନକୁ ଖୁସିରେ ଉପଭୋଗ କରିବା ବଦଳରେ କର୍କଟ ରୋଗୀମାନେ, ମୃତ୍ୟୁକୁ ଅତି ନିକଟରୁ ଦେଖିଥାନ୍ତି। ଏହି କର୍କଟ ରୋଗୀମାନଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ଆଜି ବିଶ୍ଵ କର୍କଟ ଦିବସ ଅବସରରେ ଭୁବନେଶ୍ଵର, କ୍ୟାପିଟାଲ ହସ୍ପିଟାଲରେ ସୁଷମ ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଅଙ୍କୋଲୋଜି ବିଭାଗର ଏଚ.ଓ. ଡି ଡ଼ଃ ନିହାର ରଞ୍ଜନ ସାମଲ, ଓଡ଼ିଶା- ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଉପସ୍ଥିତ ରହି ରୋଗୀମାନଙ୍କ ସହ ସମୟ ବିତାଇଥିଲେ ଏବଂ ମାନସିକ ସ୍ତରରେ ସନ୍ତୁଳନ ବଜାୟ ରଖିବା ପାଇଁ ଉପଦେଶ ଦେଇଥିଲେ । ସେମାନଙ୍କ ମନୋବଳ ଦୃଢ କରିବା ପାଇଁ ଓ ସେମାନଙ୍କୁ ଖୁସି କରିବା ପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଟିମ୍ ହସ୍ପିଟାଲରେ ସେମାନଙ୍କ ସହ କିଛି ମୂହୁର୍ତ୍ତ ବିତାଇ ଥିଲେ ଏବଂ ପରିବାର ବର୍ଗଙ୍କୁ ଶାନ୍ତ୍ଵନା ଦେବା ସହିତ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ସହାୟତା, ଯେପରିକି କୃତ୍ରିମ ଅଙ୍ଗ ଯଥା: ସ୍ତନ ଓ କେଶ ଇତ୍ୟାଦି ସମ୍ପର୍କରେ ସୂଚନା ଦେଇଥିଲେ । ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ରୋଗୀମାନଙ୍କୁ ଆବଶ୍ୟକୀୟ ସହାୟତା ସମ୍ପର୍କରେ ମଧ୍ୟ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ରଜତ ଅଗ୍ରୱାଲ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe