ସମ୍ବଲପୁରରେ ଜନ୍ମ ହେଲେ ଯୋଡା ଶିଶୁ କନ୍ୟା । ହାତ, ଗୋଡ, ମୁଣ୍ଡ ଅଲଗା..ଯୋଡି ହୋଇରହିଛି ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର ।

ସମ୍ବଲପୁରରେ ଜନ୍ମ ହେଲେ ଯୋଡା ଶିଶୁ କନ୍ୟା । ହାତ, ଗୋଡ, ମୁଣ୍ଡ ଅଲଗା..ଯୋଡି ହୋଇରହିଛି ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର ।

କନକ ବ୍ୟୁରୋ : ସମ୍ବଲପୁର ସଦର ମେଡିକାଲରେ ଜନ୍ମ ହୋଇଛନ୍ତି ଯୋଡା ଶରୀର ଶିଶୁ କନ୍ୟା । ଉଭୟଙ୍କ ହାତ, ଗୋଡ, ମୁଣ୍ଡ ଅଲଗା ରହିଥିବାବେଳେ ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର ଯୋଡି ହୋଇ ରହିଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ରେଙ୍ଗାଲୀ ଅଞ୍ଚଳର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ସଦର ମେଡିକାଲକୁ ଆଣିଥିଲେ ପରିବାର ଲୋକ । ପରେ ମହିଳା ଜଣଙ୍କ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ତେବେ ଉଭୟଙ୍କ ହାତ, ଗୋଡ, ମୁଣ୍ଡ ଅଲଗା ରହିଥିବାବେଳେ ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର ଯୋଡି ହୋଇ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe