କନକ ବ୍ୟୁରୋ : ସମ୍ବଲପୁର ସଦର ମେଡିକାଲରେ ଜନ୍ମ ହୋଇଛନ୍ତି ଯୋଡା ଶରୀର ଶିଶୁ କନ୍ୟା । ଉଭୟଙ୍କ ହାତ, ଗୋଡ, ମୁଣ୍ଡ ଅଲଗା ରହିଥିବାବେଳେ ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର ଯୋଡି ହୋଇ ରହିଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଗତକାଲି ରେଙ୍ଗାଲୀ ଅଞ୍ଚଳର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ସଦର ମେଡିକାଲକୁ ଆଣିଥିଲେ ପରିବାର ଲୋକ । ପରେ ମହିଳା ଜଣଙ୍କ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ତେବେ ଉଭୟଙ୍କ ହାତ, ଗୋଡ, ମୁଣ୍ଡ ଅଲଗା ରହିଥିବାବେଳେ ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର ଯୋଡି ହୋଇ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/vlcsnap-2022-03-27-09h31m29s221.png)