ଘର ଉପରକୁ ମାଡ଼ିଗଲା ଟ୍ରକ,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ ।କଟକ-ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ବଜାରରେ ଦୁର୍ଘଟଣା ।

214

କନକବ୍ୟୁରୋ:ଘର ଉପରକୁ ମାଡ଼ିଗଲା ହାଇୱା ଟ୍ରକ । ଅଳ୍ପକେ ବର୍ତିଲେ ପରିବାର ଲୋକେ । କଟକ-ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ବଜାରଠାରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ମୁତବାକ, ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ାରୁ କଟକ ଅଭିମୂଖେ ଯାଉଥିବା ହାଇୱା ଭାରସ୍ୟାମ ହରାଇ ନାରାୟଣ ଦାସ ଓ ତାଙ୍କ ଭାଇଙ୍କ ଘର ଉପରେ ମାଡ଼ିଯିବା ପରେ ଓଲଟି ପଡ଼ିଛି । ଫଳରେ ଘରେ ଥିବା ଅନେକ ଜିନିଷପତ୍ର ନଷ୍ଟ ହୋଇଯାଇଛି । କିନ୍ତୁ ସୌଭାଗ୍ୟ ବଶତଃ ପରିବାରଲୋକ ଅଳ୍ପକେ ବର୍ତି ଯାଇଛନ୍ତି ।