କନକ ବ୍ୟୁରୋ : ସୁନ୍ଦରଗଡ ବିଜୁ ଏକ୍ସପ୍ରେସ ୱେରେ ଜଳିଗଲା ଟ୍ରକ । ଝାରସୁଗୁଡାରୁ ରାଉରକେଲା ଯାଉଥିବା ଏଲପିଜି ଗ୍ୟାସ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ଟ୍ରକର ଇଂଜିନ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଟ୍ରକର ଡାଲା ସାଇଟରେ ନିଆଁ ଲାଗିନଥିବାରୁ ଅଳ୍ପକେ ବଡ ଅଘଟଣ ହେବାରୁ ବର୍ତ୍ତି ଯାଇଛି । ବଡଗାଁ ଓ ସୁନ୍ଦରଗଡ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ଯୋଗୁଁ ଏକ ବଡ ବିପଦ ଟଳିଯାଇଛି ।
ଏଲପିଜି ବୋଝେଇ ଚଳନ୍ତା ଟ୍ରକରେ ନିଆଁ : ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କଲେ ଦମକଳ ବାହୀନି
/kanak/media/post_attachments/wp-content/uploads/2021/10/12-1.jpg)