କନକ ବ୍ୟୁରୋ : ମୋ ସୁନାର ଭାରତକୁ ଶାସନ କରିବାର ସ୍ୱପ୍ନ ଦେଖୁଥିଲା ଇଂରେଜ ସରକାର। ବେପାର କରିବାକୁ ଆସି ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନି ଜରିଆରେ ଭାରତ ଭୂଖଣ୍ଡକୁ ଆସିଥିବା ଗୋରା ପୋଲିସଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ ଘେଁସ ମାଟିର ମାଧୋ ସିଂ। ଜମିଦାର ହିସାବରେ ନିଜ ପ୍ରଜାଙ୍କ ହକ ପାଇଁ ଲଢେଇ କରିଥିଲେ। ମାଧେ ଓ ତାଙ୍କ ଚାରି ପୁଅ ସିପାହି ବିଦ୍ରୋହ ସାମଲ ହୋଇ ପ୍ରାଣବଳୀ ଦେଇଛନ୍ତି। ଏବଂ ଭାରତର ସ୍ୱାଧିନତା ସଂଗ୍ରାମରେ ଏକ ସ୍ୱର୍ଣ୍ଣିମ ଇତିହାସ ଲେଖି ଯାଇଛନ୍ତି।
୧୮୫୭ ସିପାହି ବିଦ୍ରୋହ ସମୟରେ ପାଟଣେଶ୍ୱରୀଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ମାଧୋ ସିଂ। ୨୦୪ ଗୋରା ସିପାହୀଙ୍କ ମୁଣ୍ଡ ନନେବା ଯାଏଁ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ମାଆଙ୍କ ଆଗରେ ପ୍ରତିଜ୍ଞା କରିଥିଲେ। ବ୍ରିଟିସରଙ୍କ ବିରୋଧରେ ଚରମ ଲଢ଼େଇ ଲଢିଥିଲେ। କିଛି ଗୃହ ଭେଦିଙ୍କ ସହାୟତାରେ ମାଧୋ ସିଂଙ୍କୁ ମାଟିଆଭଟା ଠାରେ ହତ୍ୟା କରିଥିଲେ ଗୋରା ସରକାର। ତାଙ୍କ ଦୁଇ ପୁଅଙ୍କୁ ଫାଶି ଦିଆଯାଇଥିଲା। ଆଉ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ପୋଡ଼ି ମାରିବା ସହ ସାନ ପୁଅ ହଟେ ସିଂଙ୍କୁ କଳାପାଣି ପଠାଇ ଦେଇଥିଲେ ବ୍ରିଟିସ୍ ପୁଲିସ।
ସ୍ୱାଧିନତା ସଂଗ୍ରାମରେ ନିଜର ସମ୍ପୂର୍ଣ ଉତ୍ତରାଧିକାରୀଙ୍କ ବଳିଦାନ ଦେଇଥିବା ମାଧେ ସିଂଙ୍କ ବାବଦରେ ଇତିହାସରୁ ଜଣାପଡେ। ଆଜି ଯେତେବେଳେ ଦେଶ ସ୍ବାଧିନତା ଦିବସ ପାଳନ କରେ ସେତେବେଳେ ଏଭଳି ବୀରଙ୍କ କଥା ମନେପଡେ । ସ୍ଥାନୀୟ ଲୋକେ ଓ ସଂଗ୍ରାମୀଙ୍କ ଦାୟଦ ଗର୍ବ ଅନୁଭବ କରନ୍ତି।