କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । ଦୁଇ ଦିନ ହେବ ଜିଲ୍ଲାରେ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ସହ ପବନ ଯୋଗୁ ଦେଉଳସାହିରେ ଅଥାନି ବେହେରାଙ୍କ ଚାଳ ଘର ଉପରେ ଏକ ବଡ଼ ଗଛ ଉପୁଡି ପଡ଼ିଛି । ଘର ଭାଙ୍ଗି ପଡ଼ିଥିବା ବେଳେ କେହି ଆହତ ହୋଇନଥିବା ଜଣାପଡ଼ିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ଗଛ କାଟି ଘର ଉପରୁ ଉଠାଇଥିଲେ । ସେହିପରି ଅନେକ ସ୍ଥାନରେ ଡାଳ ପଡ଼ି ବିଦ୍ୟୁତ୍ ତାର ଛିଡ଼ିଥିବା ମଧ୍ୟ ଜଣାପଡ଼ିଛି । ବିଦ୍ୟୁତ୍ କର୍ମଚାରୀ ଦିନ ସାରା ମରାମତି କରିଥିଲେ । ବର୍ଷା ଛାଡୁନଥିବାରୁ ମରାମତିରେ ସମସ୍ୟା ହୋଇଥିଲା ।