କନକ ବ୍ୟୁରୋ : ଜଳପ୍ରପାତରେ ଗାଧୋଇବା ବେଳେ ଅଳ୍ପକେ ବର୍ତିଲେ ପର୍ଯ୍ୟଟକ । ପାଣିରେ ସ୍ରୋତରେ ବୁଡ଼ିଯାଉଥିବା ୨ଯୁବତୀଙ୍କୁ ଉପସ୍ଥିତ ବୁଦ୍ଧି ଖଟାଇ ଉଦ୍ଧାର କରି ଚର୍ଚ୍ଚାରେ ୨ଜଣ ଡ୍ରାଇଭର । ମାଲକାନଗିରି ଜିଲ୍ଲା ଖଇରପୁଟର ଗୁମ୍ମାଝରଣ ଜଳପ୍ରପାତରେ ପରିବାର ସହ ଭୋଜି କରିବାକୁ ଯାଇ ବୁଡ଼ି ଯାଉଥିବା ବେଳେ ୨ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।
ଝରଣା ପାଣିରେ ଗାଧେଇବାର ମଜା ନେଉଥିବା ବେଳେ ଗଭୀର ସ୍ରୋତ ଭିତରେ ବୁଡ଼ି ଯାଉଥିଲେ । ଯୁବତୀଙ୍କୁ ବୁଡ଼ି ଯାଉଥିବା ଦେଖି ଗୋବିନ୍ଦପାଲି ଅଞ୍ଚଳର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ଼ ଓ ଦୀପକ ଗୌଡ଼, ପାଣି ସ୍ରୋତକୁ ଡେଇଁପଡ଼ି ଉଦ୍ଧାର କରିଛନ୍ତି । ଫଳରେ ଅଳ୍ପକେ ବର୍ତିଯାଇଛନ୍ତି ୨ଯୁବତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/10-3.jpg)