କ୍ୱାଡ ଦେଶର କଡ଼ା ଆଭିମୁଖ୍ୟ, ଯୁଦ୍ଧ ପାଇଁ ରୁଷକୁ ମିଳିବ ଦଣ୍ଡ

841

କନକ ବ୍ୟୁରୋ: ୟୁକ୍ରେନରେ ଯୁଦ୍ଧ ପାଇଁ ରୁଷିଆକୁ ଦଣ୍ଡିତ କରିବା ଜରୁରୀ । ରୁଷକୁ ଗୋଟିଏ ପରେ ଗୋଟିଏ ଅପରାଧ ପାଇଁ ଅନୁମତି ଦିଆଯାଇପାରିବ ନାହିଁ । କ୍ୱାଡ ଦେଶ ବୈଠକରେ ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଆଲୋଚନା ପରେ ଏପରି ମିଳିତ ବିବୃତି ଜାରି କରିଛନ୍ତି କ୍ୱାଡ ଦେଶ ସମୂହ । ରୁଷିଆକୁ ନେଇ କ୍ୱାଡ ଦେଶ ସମୂହ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ଦିଲ୍ଲୀରେ କ୍ୱାଡ ଦେଶ ସମୁହଙ୍କ ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଯୁଦ୍ଧରେ ରୁଷର ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଧମକ ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କ୍ୱାଡ ଦେଶ କହିଛନ୍ତି । ଏଥିସହ ଯୁଦ୍ଧରେ ହୋଇଥିବା କ୍ଷତିକୁ ନେଇ କ୍ୱାଡ ଦେଶ ଦୁଃଖ ପ୍ରକାଶ କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଆମେରିକା, ଜାପାନ, ଅଷ୍ଟ୍ରେଲିଆର ପ୍ରତିପକ୍ଷ ନେତାଙ୍କୁ ଭେଟିଛନ୍ତି ।