ଆସିଲା ବିଜେପିର ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା । ଏଥର ବି ତାଲିକାରେ ନାହିଁ ଓଡ଼ିଶା ।

118

କନକ ବ୍ୟୁରୋ: ଜାରି ହୋଇଛି ବିଜେପିର ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । କିନ୍ତୁ ଏଥର ବି ଏହି ତାଲିକାରେ ଓଡ଼ିଶାର କୌଣସି ବି ଆସନର ପ୍ରାର୍ଥୀ ଘୋଷଣା ହୋଇନାହିଁ । ବରଂ ତାଲିକାରେ ବଡ଼ ବଡ଼ ନେତାଙ୍କ ନାଁ ରହିଛି । ବଡ କଥା ହେଲା ହରିୟାଣାର କର୍ଣ୍ଣାଲ ଆସନରୁ ଲଢ଼ିବେ ମନୋହର ଲାଲ ଖଟ୍ଟର । ମନୋହରଲାଲ ଖଟ୍ଟର ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦ ଓ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେହିପରି ହିମାଚଳ ପ୍ରଦେଶର ହମିରପୁର ଆସନ ପାଇଁ ଅନୁରାଗ ଠାକୁର ପ୍ରାର୍ଥୀ ହୋଇଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକର ୨୦ଟି ଲୋକସଭା ଆସନ ପାଇଁ ତାଲିକା ଜାରି କରାଯାଇଥିବା ବେଳେ ଗୁଜରାଟରୁ ୭, ତେଲେଙ୍ଗାନା ୬, ହରିୟାଣାରୁ ୬, ମଧ୍ୟପ୍ରଦେଶରୁ ୫, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀରୁ ୨ଟି ଲେଖାଏଁ ଏବଂ ଦାମନ-ଡ଼ିଉ ଓ ତ୍ରିପୁରାରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।