କନକ ବ୍ୟୁରୋ: ୨୦୧୫ରେ ୟେମେନର ଲୋହିତ ସାଗରରେ ଏକ ତୈଳଭର୍ତ୍ତି ଜାହଜ ‘ଏଫଏସ୍ଓ ସାଫର’କୁ ଛାଡି ଦିଆଯାଇଥିଲା । ହେଲେ ଏବେ ଏହାକୁ ନେଇ ବଡ ବିପଦ ମୁଣ୍ଡ ଟେକିଲାଣି । କୁହାଯାଉଛି, ଜାହାଜର ରକ୍ଷଣାବେକ୍ଷଣର ଅଭାବରୁ ଭେସଲଟି ଦୁର୍ବଳ ହୋଇ ପଡିଛି । ଯେକୌଣସି ମୁହୂର୍ତରେ ଏହା ଫାଟିଯାଇ ବୁଡିଯାଇପାରେ । ଫଳରେ ଜାହାଜର ଭେସେଲରେ ଥିବା ୧୦ ଲକ୍ଷ ବାରେଲ ତେଲ ସମୁଦ୍ର ପାଣିରେ ମିଶିଯିବ । ଆଉ ଏଥିପାଇଁ ୟେମେନ୍ ସମେତ ୪ଟି ଦେଶ ଭୟଙ୍କର ପରିଣାମ ଭୋଗିବେ । ପ୍ରାୟ ୨ ଲକ୍ଷ ଲୋକ ଜୀବିକା ହରାଇବେ । ଫଳରେ ଏହି ‘ଏଫଏସ୍ଓ ସାଫର’ ଜାହଜକୁ ଲୋହିତ ସାଗରର ଟାଇମ୍ ବମ୍ ବୋଲି କୁହାଯାଉଛି ।
ଜାତିସଂଘ ତରଫରୁ ଏନେଇ ସତର୍କବାଣୀ ଜାରି କରାଯାଇଛି । ୟେମେନ୍ରେ ଥିବା ଜାତିସଂଘ ମୁଖ୍ୟ ଡେବିଡ୍ ଗ୍ରେସଲି କହିଛନ୍ତି, ‘ଏଫଏସ୍ଓ ସାଫର’ର ମରାମତି ଓ ରକ୍ଷଣାବେକ୍ଷଣ ନିହାତି ଜରୁରୀ ଥିଲା । ଅନ୍ତତଃ ଭେସେଲରେ ଥିବା ତେଲକୁ ଅନ୍ୟତ୍ର ଖାଲି କରିଦେବା ଉଚିତ୍ ଥିଲା । କିନ୍ତୁ ୨୦୧୫ରୁ ବର୍ତମାନ ପର୍ଯ୍ୟନ୍ତ ଆଦୌ ପଦକ୍ଷେପ ନିଆଯାଇ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/5-40.jpg)