ଶିମିଳିପାଳ କୋର ଏରିଆରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର । ଜେନାବିଲ୍ ରେଂଜ ଅଧିନ ଟିକାତିଲ୍ ସେକ୍ସନର ଏକ ନାଳରୁ ଏହି ମୃତଦେହ ହୋଇଛି ଠାବ 

Advertisment
ଶିମିଳିପାଳ କୋର ଏରିଆରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର । ଜେନାବିଲ୍ ରେଂଜ ଅଧିନ ଟିକାତିଲ୍ ସେକ୍ସନର ଏକ ନାଳରୁ ଏହି ମୃତଦେହ ହୋଇଛି ଠାବ 
କନକ ବ୍ୟୁରୋ : ଶିମିଳିପାଳ କୋର୍ ଏରିଆରୁ ମିଳିଲା ପୁଣି ଏକ କଲରାପତରିଆ ବାଘର ଗଳିତ ମୃତଦେହ। ଜେନାବିଲ୍ ରେଞ୍ଜ ଅନ୍ତର୍ଗତ ସାରୁଆ ବିଟ ଟିକ୍ତାଳି ସେକ୍ସନରେ ଏକ ନାଳ ନିକଟରୁ ପ୍ରାୟ ୮ ମାସର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ୨ ଦିନ ତଳେ ଉଦ୍ଧାର ହୋଇଥିବା ଏହି କଲରାପତରିଆ ବାଘଟି ପ୍ରାୟ ୭-୮ ଦିନ ତଳେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଅମିତାଭ ବ୍ରହ୍ମା (ଆଇଏଫଏସ), ଉପନିର୍ଦ୍ଦେଶକ(ଡିଡି) ଯଜ୍ଞଦତ୍ତ ପତିଙ୍କ ସହିତ ଏସଟିଆର ଡ. ପିୟୁଷ ସୋରେନ୍, ଡବ୍ଲୁଟିଆଇର ଡ. ଫନିନ୍ ଚେଙ୍ଗ୍ମାଇ, ଯଶୀପୁର ଭିଏସ୍ ପ୍ରମୁଖ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିଥିଲେ। ପରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପୋଡ଼ି ଦିଆଯାଇଛି।

publive-image image courtesy - www.odishabytes.com

ଦୁର୍ବଳତା କାରଣରୁ ସ୍ବାଭାବିକ ମୃତ୍ୟୁ ଘଟିଥିବା ଡିଡି ଶ୍ରୀ ପତି ସୂଚନା ଦେଇଛନ୍ତି। ମାତ୍ର କେଉଁ ଅବସ୍ଥାରେ ଏକ କଲରାପତରିଆ ବାଘର ଏପରି ମୃତ୍ୟୁ ଘଟିଲା ତାହା ତଦନ୍ତସାପେକ୍ଷ ବୋଲି ବନ୍ୟଜନ୍ତୁ ସଂରକ୍ଷକମାନେ ଦାବି କରିଛନ୍ତି। କାରଣ ବିଗତ ୬ ମାସ ମଧ୍ୟରେ ବନବିଭାଗ, ଏସଟିଏଫ ପକ୍ଷରୁ ଶିମିଳିପାଳରୁ ୪ରୁ ଅଧିକ କଲରାପତରିଆ ବାଘ ଚମଡ଼ା ଜବତ୍ ସରିଛି। ତେବେ ଏହି କଲରାପତରିଆ ବାଘର ମୃତ୍ୟୁରେ ବାଘ ଚମଡ଼ା ତସ୍କରଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଏହାର ସଠିକ ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe