ଆମେରିକାରୁ ଆସିଲା ଚମକାଇଦେଲା ଭଳି ସତ: ନ୍ୟୁୟର୍କ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ମାଲ୍ୟାୟାନ ଟାଇଗର ନାଦିଆଠାରେ ଚିହ୍ନଟ ହେଲା କରୋନା ଭୁତାଣୁ

ଚିଡିଆଖାନାରେ ପଶୁକୁ ବି ସଂକ୍ରମିତ ହୋଇପାରେ କରୋନା ଭୂତାଣୁ

2,476

କନକ ବ୍ୟୁରୋ: ଆମେରିକାରୁ ଆସିଲା ଚମକାଇଦେଲା ଭଳି ସତ । ଚିଡିଆଖାନାରେ ପଶୁକୁ ବି ସଂକ୍ରମିତ ହୋଇପାରେ ଏହି ଭୟାବହ କରୋନା ଭୂତାଣୁ । ନ୍ୟୁୟର୍କ ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ମାଲ୍ୟାୟାନ ଟାଇଗର ନାଦିଆଠାରେ କରୋନା ଭୂତାଣୁ ମିଳିଛି । ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ୱାଇଲ୍ଡ ଲାଇଫ କନଜରଭେସନ ସୋସାଇଟି ମୁତାବକ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥିବା କେଉଁ ବ୍ୟକ୍ତିଙ୍କଠାରୁ ଏହି ଭୂତାଣୁ ୪ବର୍ଷୀୟ ବାଘୁଣୀ ନାଦିଆ ଦେହକୁ ଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ଆମେରିକାର ନ୍ୟାସନାଲ ଭେଟେନାରୀ ସର୍ଭିସେସ ଲାବ୍ରୋଟେରୀ ମୁତାବକ କୌଣସି ପଶୁଠାରେ ଏହି ଭୂତାଣୁ ମିଳିବା ଏହା ପ୍ରଥମ ଘଟଣା । ନାଦିଆ ସହ ପ୍ରାଣୀ ଉଦ୍ୟାନର ୩ଜଣ ବାଘ ଓ ୩ଟି ସିଂହର ଦେହ ଅସୁସ୍ଥ ହୋଇଥିଲା । ଏହାପରେ ନାଦିଆର ଟେଷ୍ଟ କରାଯିବା ପରେ ତାହା ପଜିଟିଭ ଥିବା ଜଣାପଡିଛି । ଅନ୍ୟ ୨ବାଘ ଓ ୩ସିଂହଙ୍କ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ପ୍ରାଣୀ ଉଦ୍ୟାନ ଅନୁଯାୟୀ ଏହି ଭୂତାଣୁରେ ଆକ୍ରାନ୍ତ ହେଲେ ମଧ୍ୟ ଚିଡିଆଖାନାର ଜନ୍ତୁ ଗୁଡିକ ଶୀଘ୍ର ଭୂତାଣୁ ମୁକ୍ତ ହୋଇଯିବାର ସମ୍ଭାବାନ ରହିଛି ।