ରାଜଧାନୀରେ ଲଜ୍ଜା । ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ହସ୍ପିଟାଲରେ ଚାଲିଛି କୁନି ଝିଅର ଚିକିତ୍ସା । ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ 

317

କନକ ବ୍ୟୁରୋ: ରାଜଧାନୀରେ ଲଜ୍ଜା। ୩ବର୍ଷର ଶିଶୁ କନ୍ୟା ସହ ପଡ଼ୋଶୀ ହେଇ ରହୁଥିବା ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ। ବର୍ତ୍ତମାନ ହସ୍ପିଟାଲରେ କୁନି ଝିଅର ଚିକିତ୍ସା ଚାଲିଥିବା ବେଳେ ୭ଦିନ ମଧ୍ୟରେ ଡାକ୍ତରୀ ମାଇନା ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

  • ସବୁସୀମା ଟପିଗଲା ସୈତାନ ସନ୍ତୋଷ 
  • ୩ ବର୍ଷର ନାବାଳିକାକୁ କଲା ଦୁଷ୍କର୍ମ

ଦୁଷ୍କର୍ମ ଅଭିଯୁକ୍ତ ଜଣକ ହେଉଛି ଭୁବନେଶ୍ୱର ପାଞ୍ଚଗାଁର ସନ୍ତୋଷ ଖୁଣ୍ଟିଆ। ସନ୍ତୋଷ ଜଣେ ଗାଡି ଡ୍ରାଇଭର । ମିଳିଥିବା ସୂଚନା ମୁତାବକ, ସନ୍ତୋଷ ୩ ବର୍ଷର ନାବାଳିକା ଶିଶୁକୁ ଏକତ୍ର ଉଠାଇ ନେଇ ତା ସହ ବଳ ପୂର୍ବକ ଦୁଷ୍କର୍ମ କରିଥିଲା । ଭଲକରି ଦୁନିଆ ଦେଖି ନଥିବା ଆଉ ପାଟି ଫିଟାଇ କଥା କହି ପାରୁ ନଥିବା ନିଷ୍ପାପ ଶିଶୁଟି କିଛି ବୁଝିବା ଆଗରୁ ତା କୋମଳ ଦେହ ରକ୍ତରେ ଜୁଡୁବୁଡୁ ହୋଇସାରି ଥିଲା। ତଥାପି ଏହି ରାକ୍ଷାସ ତାକୁ ଛାଡି ନଥିଲା ବଳପୂର୍ବକ ତାକୁ ଦୁଷ୍କର୍ମ କରିଥିଲା । ଆଉ ପ୍ରମାଣ ନଷ୍ଟ କରିବା ସହ ଏହି ଘଟଣାକୁ ଆଉ ଏକ ରୂପ ରଙ୍ଗ ଦେବାକୁ ଚେଷ୍ଟା କରିଥିଲା ଏହି ସୖତାନ ।

ସେପଟେ ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ, ପୁଲିସ ପକସୋ ୬ ଏବଂ ୩୭୬ ଏ.ବି.ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଧାରା ୧୬୧ ଓ ପରେ ୧୬୪ରେ ପୀଡିତାଙ୍କ ପରିବାରର ବୟାନ ରେକର୍ଡ କରାଯାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ପାରିପାର୍ଶ୍ୱିକ ପ୍ରମାଣ ଏକାଠି କରି ପୁଲିସ ତଦନ୍ତ ଚଳାଇଛି । ଏହି ମାମଲାକୁ ତ୍ୱରିତ ତଦନ୍ତ କରିବା ସହ ଘଟଣାକୁ ଅତି ଗୁରୁତ୍ୱର ସହ ନିଆ ଯାଇଥିବା ଡିସିପି କହିଛନ୍ତି । ଅନ୍ୟପଟେ ଧରାପଡିଯିବା ଭୟରେ ଭୁବନେଶ୍ୱର ବାହାରକୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ହେଲେ ଅଭିଯୁକ୍ତକୁ ଗିରଫ କରିବା ସହ ତାର ଡାକ୍ତରୀ ଯାଞ୍ଚ କରି ତାକୁ କୋର୍ଟ ଚାଲାଣ କରିଛି ପୁଲିସ।