କନକ ବ୍ୟୁରୋ: ଅଜା ଘରେ ପହଞ୍ଚିି ପାରିଲାନି ୩ବର୍ଷର କୁନି ଝିଅ । ଅଧା ବାଟରେ ଜଗିଥିଲା ମୃତ୍ୟୁର କାନ୍ଥ । କଳାହାଣ୍ଡି କୁସୁମ ଖୁଂଟି ଗାଁରେ କାନ୍ଥ ଭୁଶୁଡ଼ି ଜଣେ ୩ ବର୍ଷ ଝିଅର ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ନାଁ ରାଣୀ ଧାଙ୍ଗଡ଼ା ମାଝୀ । ମା’ଙ୍କ ସହ ଅଜା ଘରକୁ ଯାଉଥିବା ବେଳେ ରାସ୍ତାରେ ତା’ ଉପରେ କାନ୍ଥ ପଡ଼ିଯାଇଥିଲା ।
ସୂଚନା ଅନୁସାରେ କୁସୁମଖୁଂଟି ଗାଁର ପୁରନ୍ଦର ଧାଙ୍ଗଡ଼ା ମାଝୀ, ସେଇ ଗାଁରେ ବାହା ହୋଇଥିଲେ । ସମୟ ଓ ସୁବିଧା ଦେଥି ତାଙ୍କ ପତ୍ନୀ ଓ ଝିଅ ଅଜା ଘରକୁ ଯାଉଥିଲେ । ଗତକାଲି ଠିକ୍ ସେମିତି ଅଜାଘରକୁ ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । କୁନି ଝିଅ ଉପରେ କାନ୍ଥ ପଡ଼ିଯିବା ପରେ ରାଣୀଙ୍କୁ କୋରସରା ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । କୁନି ଝିଅର ପୁରୁଣା ଭିଡିଓ ଦେଖି, ଝୁରି ହେଉଛନ୍ତି ପରିବାର ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/d.jpg)