ଆକାଶ ପାଠକଙ୍କ ବିରୋଧରେ ଅର୍ଥ ତୋଷାରପାତ ମାମଲା : ଝାରପଡା ଜେଲକୁ ଯାଇ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Advertisment
ଆକାଶ ପାଠକଙ୍କ ବିରୋଧରେ ଅର୍ଥ ତୋଷାରପାତ ମାମଲା : ଝାରପଡା ଜେଲକୁ ଯାଇ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ : ଆଜି ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ଜେରା କରିବ ଇଡି । ଇଡିର ତିନି ଜଣିଆ ଟିମ୍ ଆକାଶ ପାଠକଙ୍କୁ ଜେରା କରିବ । ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଠାରୁ ଅନୁମତି ମିଳିଛି । ଜେଲରେ ଜେରା କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । ଟାଟାରେ ଚାକିରି କରାଇବା ନାଁରେ ଠକେଇ ଅଭିଯୋଗରେ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଅଭୟ ପାଠକ ଓ ତାଙ୍କ ପରିବାରକୁ ଜେରା କରାଯାଇସାରିଛି । ଏହା ସହ ମୋଟ୍ ୩୦ ଜଣଙ୍କୁ ଜେରା କରି ସାରିଲାଣି ଇଡି । ଏହି ମାମଲାରେ ଆଗକୁ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଜେରା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe