କନକ ବ୍ୟୁରୋ: ସୃଷ୍ଟି ହେଲା ଆଉ ଗୋଟିଏ ଲଘୁଚାପ। ଉତର ବଙ୍ଗୋପସାଗର ଓ ବାଙ୍ଗଲାଦେଶ ସଂଲଗ୍ନ ଅଂଚଳରେ ସୃଷ୍ଟି ହେଇଛି ଏକ ଲଘୁଚାପ। କ୍ରମଶହ ପଶ୍ଚିମ ଓ ଉତର ପଶ୍ଚିମ ଦିଗକୁ ଗତିକରି ଦୁଇଦିନ ଭିତରେ ଝାଡଖଣ୍ଡ ଓ ଗ୍ୟାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ପହଂଚିବ। ଏବେ ସମୁଦ୍ର ପତନ ଠାରୁ ୭ ଦଶମିକ ୬ କିଲୋମିଟର ଉପରେ ଅଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଉତର ବଙ୍ଗୋପସାଗରରେ ଏ ମାସରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଏଥିସହ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଲଘୁଚାପଟି ଉତର ଓଡିଶାରେ ରହିବ । ଲଘୁଚାପ ଅଧୀକ ଘନୀଭୁତ ହୋଇ ଦୁଇ ଦିନ ଭିତରେ ପଶ୍ଚିମ ଓ ଉତର ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଉପକୂଳରେ ପହଂଚିବ। ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବିଙ୍କୁ ସତର୍କ କରିଦିଆଯାଇଛି। ଲଗାତାର ବର୍ଷା ଯୋଗୁଁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ଅଭାବ ପୁରଣ ହୋଇଯାଇଛି।
ଉତ୍ତର ବଙ୍ଗୋପସାଗରରେ ଚଳିତ ମାସରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି: ପ୍ରଭାବରେ ୨୭ରୁ ୩୦ରୁ ପ୍ରବଳ ବର୍ଷା ସମ୍ଭାବନା
/kanak/media/post_attachments/wp-content/uploads/2024/07/45-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)