ବାଲେଶ୍ୱର ସିମୁଳିଆରେ ଗାଡିର ତାଲାଭାଙ୍ଗି ଚୋରି କରିବାବେଳେ ଧରାପଡିଲେ ଚୋର : ୩ ଯୁବକଙ୍କୁ କାବୁ କରି ଗାଁ ଲୋକଙ୍କ ନିସ୍ତୁକ ମାଡ

245

କନକ ବ୍ୟୁରୋ : ଘରୁ ବାଇକ ଚାବି ଭାଙ୍ଗି ଚୋରି କରି ନେଇଯିବା ବେଳେ ଧରା ପଡିଛନ୍ତି ଚୋର । ଗ୍ରାମବାସୀ ତିିନି ଜଣ ବାଇକ ଲୁଟେରାଙ୍କୁ କାବୁ କରି ଉତମମଧ୍ୟମ ଦେଇ ପୁଲିସ ଜିମା ଦେଇଛନ୍ତି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ । ତିନି ଜଣ ଯୁବକ ଆଜି ଭୋରରୁ ଚାଲୁନିଗାଓଁରୁ ଜଣକ ଘରୁ ଗୋଟିଏ ମୋଟର ସାଇକଲ ଚୋରି କରି ନେଉଥିଲେ ।

ପରିବାର ଲୋକ ଏହା ଦେଖି ତିନି ଯୁବକଙ୍କୁ ଅଟକାଇ ଗ୍ରାମବାସୀଙ୍କ ସହାୟତାରେ କାବୁ କରିଥିଲେ । ଏହାପରେ ଗାଁ ଭିତରେ ଥିବା ଏକ ଇଲେକ୍ଟ୍ରିକ ଖୁଂଟରେ ତିନି ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଛନ୍ତି ।