Srinagar: Army personnel conduct a cordon and search operation after two terrorists were killed in an encounter with the security forces at Ranbirgarh Panzinara on the outskirts of Srinagar on July 25, 2020. (Photo: IANS)
କନକ ବ୍ୟୁରୋ: ଯବାନଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେଲା ଭାରତୀୟ ସେନା । ଘାଟିରେ ନିପାତ କଲା ଆତଙ୍କୀକୁ । ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀକୁ ସଫଳତା । ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ । ଆଜି ସକାଳେ କୁପୱାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସକାଳ ସମୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏବେ ଯାଏଁ ଜଣେ ଆତଙ୍କୀ ନିପାତ ହୋଇଥିବା ଖବର ମିଳିଛି । କଶ୍ମୀରରେ ଗତ ୨୪ଘଣ୍ଟାରେ ଏହା ଦ୍ୱିତୀୟ ଏନକାଉଣ୍ଟର। ଗତ ମଙ୍ଗଳବାର ଦିନ ଏଲଓସିରେ ପୁଞ୍ଚ ଜିଲ୍ଲାରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ସହ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନ ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିଲେ।
Follow Us