କନକ ବ୍ୟୁରୋ: ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା। ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଭରିବା ସମୟରେ ଜଳିଗଲା ବିମାନ। ବିମାନରେ ୧୯ ଜଣ ଯାତ୍ରୀ ଓ କର୍ମଚାରୀ ରହିଥିବା ବେଳେ ୧୮ଜଣଙ୍କର ମୁତ୍ୟୁ ହୋଇଛି । ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି। କାହିଁକି ନେପାଳରେ ଏମିତି ବିମାନ ଦୁର୍ଘଟଣା ଘଟୁଛି ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ବିମାନ ଦୁର୍ଘଟଣାର ସ୍ଥିତି କେତେ ଭୟଙ୍କୟ ହୋଇପାରେ ତାହା ଏହି ଘଟଣା ହିଁ ବୟାନ କରୁଛି। ନେପାଳର ରାଜଧାନୀ କାଠମାଣ୍ଡୁରେ ହୋଇଥିବା ଏହି ବିମାନ ଦୁର୍ଘଟଣା ପରେ ବିମାନରେ ଯାତାୟତ କରୁଥିବା ସବୁ ଯାତ୍ରୀଙ୍କ ମନରେ ଛନକା ପଶିଯାଇଛି।

ସମୟ—ବୁଧବାର
ସକାଳ ୧୧,୧୦ ମିନିଟ୍
ନେପାଳର ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରୁ ଉଡ଼ାଣ ଭରିଥିଲା ସୂର୍ୟ୍ୟ ଏୟାରଲାଇନ୍ସର ବିମାନ ବୋମ୍ବାଡିୟର ସିଆରଜେ ୨୦୦। ଏହି ଘରୋଇ ବିମାନରେ ଥିଲେ ୧୭ ଜଣ ଯାତ୍ରୀ ଓ ଦୁଇ କ୍ରିଉ ସଦସ୍ୟ। ବିମାନରେ ଥିବା ସମସ୍ତ ଯାତ୍ରୀ ପର୍ୟ୍ୟଟକ ଥିଲେ, ବୁଲିବାକୁ ଯାଉଥିବାରୁ ସମସ୍ତେ ବେଶ ଖୁସୀ ଥିଲେ। କିନ୍ତୁ ବିମାନଟି ଉଡାଣ ଭରିବାର ଦୁଇ ମିନିଟ୍ ମଧ୍ୟରେ ଦୁର୍ଘଟଣାର ଶୀକାର ହୋଇଥିଲା। ଚାହୁଁଚାହୁଁ ବିମାନରେ ନିଆଁ ଲାଗିଯାଇଥଲା। ଆଉ ନିମିଷକ ମଧ୍ୟରେ ସବୁ ବମାନଟି ପୋଡି ଜଳି ପାଉଁଶ ହୋଇଯାଇଥିଲା। ବିମାନର ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କେବଳ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି।

ବିମାନଟି କାଠମାଣ୍ଡୁରୁ ପୋଖରା ଯିବା ପାଇଁ ଉଡ଼ାଣ ଭରୁଥିବା ସମୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ବାହରିପାରିନଥିଲେ। ବିମାନଟି ରନୱେରେ ଟେକଅଫ୍ କରିବା ସମୟରେ ଚକା ସ୍ଲିପ ହେବାରୁ ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ ନୁହେଁ। ଏହା ପୂର୍ବରୁ ୨୦୨୩ ଡିସେମ୍ବରରେ ଏକ ବିମାନ ଦୁର୍ଘଟଣାରେ ୭୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୯ରେ ବାଂଲାଦେଶୀ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇ ୫୧ ଜଣଙ୍କ ଜୀବନ ଯାଇଥିଲା। ପାହାଡିଆ ଅଂଚଳରେ ରନୱେ କରାଯାଇଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଏହି ରନୱେ ଗୁଡିକ ଅନ ରନୱେ ଅପକ୍ଷୋ ଅପେକ୍ଷାକୃତ କମ ଲମ୍ବା ଓ ଅଣଓସାରିଆ ମଧ୍ୟ। ସତର୍କତା ଅବଲମ୍ବନ ନକଲ ଏଭଳି ରନୱେରେ ଦୁର୍ଘଟଣାର ଶୀକାର ହେବାର ଆଶଙ୍କା ଅଧିକ ରହିଥାଏ।
ନେପାଳ ଭଳି ଭାରତରେ ସିମଲା, କଲିକଟ, ମାଙ୍ଗାଲୋର, ମିଜୋରାମ, ସିକ୍କିମରେ ଏଭଳି ବିପଦପୂର୍ଣ୍ଣ ଟେବୁଲ ଟପ୍ ବିମାନ ବନ୍ଦର ରହିଛି।