ଆମେରିକା ଟେକ୍ସାସ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ: ୫ଲକ୍ଷ ଏକର ଜଙ୍ଗଲ ଜମି ଜଳିପୋଡ଼ି ପାଉଁଶ

88

କନକ ବ୍ୟୁରୋ: ଦୁଇ ଦିନ ମଧ୍ୟରେ ବଦଳିଛି ଆମେରିକା ଟେକ୍ସାସ । ଏଠାକାର ସବୁଠୁ ବଡ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ପରେ ବର୍ତମାନର ସ୍ଥିତି କିଛି ଏଭଳି ରହିଛି । ଭୀଷଣ ଅଗ୍ନିକାଣ୍ଡର ପ୍ରକୋପରୁ ବର୍ତିପାରି ନାହାଁନ୍ତି ମଣିଷ, ପଶୁପକ୍ଷୀ,ବନ୍ୟପ୍ରାଣୀ । ରାସ୍ତାଠୁ ଆକାଶ ଧୂଅାଁମୟ ହୋଇପଡିଛି । ଭୟଙ୍କର ଅଗ୍ନିକାଣ୍ଡରେ ରାସ୍ତାଘାଟ ଦିଶୁନି । ୫ଲକ୍ଷ ଏକର ଜମି ପୋଡ଼ିପାଉଁଶ ହେବା ସହ ବିରାଟ କ୍ଷୟକ୍ଷତି ହୋଇଛି । ସେପଟେ ବିଚଳିତ କରିବା ଭଳି ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ପ୍ରାଣବିକଳରେ ଜୀବଜନ୍ତୁ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଇଏ ହେଉଛି ଆକାଶମାର୍ଗରୁ ଅଗ୍ନିକାଣ୍ଡର ଦୃଶ୍ୟ । କିଛି ସ୍ଥାନରେ ନିଅାଁଲିଭିବା ପରର ଇଏ ହେଉଛି ଦୃଶ୍ୟ । ଦୁଇଦିନର ଅଗ୍ନିକାଣ୍ଡରେ ଛାରଖାର ହୋଇଛି ବିଭିନ୍ନ ଅଂଚଳ । ଜଙ୍ଗଲ ଜଳିବା ଯୋଗୁଁ ଆଖପାଖ ଅଂଚଳ ବେଶ ପ୍ରଭାବିତ ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ହଜାର ସଂଖ୍ୟକ ଲୋକ ବାସହରା ହେବା ସହ ବେହିସାବ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । । ୮.୫ଲକ୍ଷ ଏକର ଜମିରେ ଅଗ୍ନିକାଣ୍ଡ ଘଟିବା ପରେ ପ୍ରାୟ ୫ଲକ୍ଷ ଏକର ଜମି ଜଳିପୋଡି ପାଉଁଶ ହୋଇଛି ।

ନିଆଁକୁ ଲିଭାଇବା ପାଇଁ ଜୋରସୋରରେ ପ୍ରୟାସ କରାଯାଉଥିଲେ ବି ତେବେ ପ୍ରବଳ ପବନ, ଶୁଖିଲା ଘାସ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ନିଅାଁ କ୍ରମଶ ବ୍ୟାପିବାରେ ଲାଗିଛି । ସବୁଠ ବଡ ଚିନ୍ତାର ବିଷୟ ହେଉଛି ଜଙ୍ଗଲ ନିକଟରେ ରହିଛି ଆମେରିକାର ମିସାଇଲ ଅସ୍ତ୍ରାଗାର । ନ୍ୟୁକ୍ଲିୟର ୟୁନିଟରେ ସମସ୍ତ କାମ ବନ୍ଦ କରାଯାଇଛି । ସୂଚନା ଅନୁସାରେ ଏଠାକାର ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଦୁଇ ଦିନ ମଧ୍ୟରେ ବେହିସାବ କ୍ଷୟକ୍ଷତି ହେବା ସହ ଜନଜୀବନ ମଧ୍ୟ ହାନି ହୋଇଛି । ଟେକ୍ସାସ ସହ ହଚିନସନ, ହେମଫିଲ. ରୋବଟର୍ସ, ଲିପକମ୍ବ, ମୁରକାଉଁଟିର ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି ।