ମମିତା ମେହେରଙ୍କ ପରିବାରକୁ ଭେଟିବ ବିଜେପି ପ୍ରତିନିଧି ଦଳ

74

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗିର ଯାଇଛି ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିବେ । ଘଟଣା ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ପୁଲିସ ତଦନ୍ତକୁ ନେଇ ମତାମତ ମଧ୍ୟ ନେବେ ।

ଏହାପରେ ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ସହ ମମିତା ମୃତ୍ୟୁ ଘଟଣା ଓ କଲେଜ କେଳେଙ୍କାରୀ ଘଟଣା ଉପରେ ଆଲୋଚନା କରିବେ । ଏହାପରେ ମହାଲିଙ୍ଗ କଲେଜ ଓ ମୃତଦେହ ଉଦ୍ଧାର ହୋଇଥିବା ଷ୍ଟାଡିୟମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ସମୀର ମହାନ୍ତିଙ୍କ ନେତୃତ୍ୱରେ ବଲାଙ୍ଗିର ଯାଇଥିବା ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବିଧାୟକ ମୋହନ ମାଝୀ , ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ଦଳର ବରିଷ୍ଠ ନେତା ଯାଇଛନ୍ତି ।