କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ତତ୍ପରତା ଦେଖାଇଛି ବିଜେପି । ରତ୍ନଭଣ୍ଡାର ଖୋଲିବା ଦାବିରେ ଅଳ୍ପ ସମୟ ପରେ ଗଜପତି ମହାରାଜଙ୍କୁ ଭେଟିବେ ବିଜେପିର ଏକ ପ୍ରତିନିଧି ଦଳ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଟିମ ଗଜପତି ମହାରାଜାଙ୍କୁ ଭେଟିବେ । ଅଗଷ୍ଟ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଯାଏ କାହିଁକି କମିଟି ଗଠନ ହୋଇନି ।
ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା କାହିଁକି ଆରମ୍ଭ କରାଯାଇ ନାହିଁ । ଏହି ପ୍ରସଙ୍ଗକୁ ନେଇ ଗଜପତି ମହାରାଜଙ୍କୁ ଭେଟି ଦଳ ଦାବି କରିବ । ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜିବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି । ଶୀଘ୍ର ରତ୍ନଭଣ୍ଡାର ଖୋଲିଲେ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ ବୋଲି ବିଜେପି କହିିଛି । ଦୀର୍ଘ ୪୫ ବର୍ଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇନି । ଯାହାକୁ ଖୋଲିବା ପାଇଁ ଏବେ ଦାବି ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/bjp-team.jpg)