ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ।

125

କନକ ବ୍ୟୁରୋ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ଦୁଇଦିନିଆ କର୍ମଶାଳା ସ୍ଥାନୀୟ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ । ଗତ ୧୨ ତାରିଖରେ ଆରମ୍ଭ ହୋଇଥିବା ଏହି କର୍ମଶାଳାକୁ ରିସୋର୍ସ ପେର୍ସନ ଭାବେ ଜୁପିଟର ପବ୍ଲିକ ସ୍କୁଲ, ଭୁବନେଶ୍ୱରର ଶୈକ୍ଷିକ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଣ୍ଡା ଏବଂ କେସିଙ୍ଗା ସ୍ଥିତ ଥେରାପୀ ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟର ପ୍ରିନ୍ସିପାଲ ଅର୍ଚ୍ଚନା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କ୍ଲାସରୁମ୍ ମେନେଜମେଣ୍ଟ ଶିର୍ଷକ ଏହି କର୍ମଶାଳାରେ ୩୩ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ଦାମନଯୋଡ଼ିର ଦିଲ୍ଲୀ ପବ୍ଲିକ ସ୍କୁଲ, କୋରାପୁଟର ରାମକୃଷ୍ଣ ବିଦ୍ୟାମନ୍ଦିର, ସେମିଳିଗୁଡ଼ାର ଇଏମଆରଏସ, ଲମତାପୁଟର ଆନନ୍ଦ ନିକେତନ, ଜୟପୁର ସହରର ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟ, ଡିଏଭି ମଡେଲ ସ୍କୁଲ, ବିଜ୍ଞାନ ଇଣ୍ଟରନେସନାଲ୍ ସ୍କୁଲ, ଡିଏଭି ସ୍କୁଲ, ପ୍ରକାଶ ବିଦ୍ୟାଳୟ ତଥା ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠ ଆଦି ସ୍କୁଲର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ। କର୍ମଶାଳାକୁ ବିଦ୍ୟାଳୟର ପ୍ରିନ୍ସିପାଲ ସୌଦାଗର କୌର ସଞ୍ଚାଳନ କରିଥିଲେ । ଆୟୋଜିତ ଏହି କମାଶାଳାଟି ନିଶ୍ଚିତ ରୂପେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମନୋବଳ ଦୃଢ଼ କରିବା ସହ ସେମାନଙ୍କ ଦକ୍ଷତା ବିକାଶରେ ସହାୟକ ହୋଇପାରିବ ବୋଲି ବିଦ୍ୟାଳୟ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଅନିକେତ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ।