ତାଲା ବନ୍ଦ ବେଳେ ଚାଷୀ ବନିଲେ ଶିକ୍ଷକ । ଛାତ ଉପରେ କଲେ ପରିବା ଚାଷ । 

Advertisment
ତାଲା ବନ୍ଦ ବେଳେ ଚାଷୀ ବନିଲେ ଶିକ୍ଷକ । ଛାତ ଉପରେ କଲେ ପରିବା ଚାଷ । 

କନକ ବ୍ୟୁରୋ : ଲକଡାଉନ ଶିଖାଇଦେଲା ଚାଷ, ଦୁଇ ଶିକ୍ଷକ ଭାଇ ଛାତ ଉପରେ ଓ ନିଜ ବାଡିରେ କଲେ ପନିପରିବା ଚାଷ, ତାହା ପୁଣି ବିନା ରାସାୟନିକ ସାର ଓ ଔଷଧ ପ୍ରୟୋଗ କରି । ଅଧିକ ଫସଲ ଉପ୍ତାଦନ ପାଇଁ ବର୍ତ୍ତମାନ ରାସାୟନିକ ସାର ଓ ଔଷଧର ବ୍ୟବହାର ବ୍ୟାପକ ହେଉଥିବା ବେଳେ ସେହି ପନିପରିବା କୁ ଖାଇ ନାନାଦି ରୋଗ ହେଉଛି ଆମ୍ଭମାନଙ୍କୁ । ଆଉ ମଧ୍ୟ ରାସାୟନିକ ସାର ପ୍ରୟୋ ଦ୍ବାରା ଭଲ ଫସଲ ମିଲୁଛି ହେଲେ ମାଟିର ଉର୍ବରତା କମିଯାଉଥିବା ବୈଜ୍ଞାନିକ ମାନେ କହିଲେଣି ତେଣୁ ଜୈବିକ ସାର ପ୍ରୟୋଗ ପାଇଁ ପରାମର୍ଶ ଦିଆଯାଉଛି ଯାହା ଫଳରେ ଦୁଇ ଭାଇଙ୍କର ଏଭଳି ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦେଖିବା ଏଇ ରିପୋର୍ଟ ।

ଛାତ ଉପରେ କରାଯାଇଛି ବିଭିନ୍ନ ପ୍ରକାର ପନିପରିବା ସହ ଶାଗ ଚାଷ, ତାହା ପୁଣି ବିନା ରାସାୟନିକ ସାର ବିଷ ପ୍ରୟୋଗ ଦ୍ବାରା । କେବଳ ଜୈବିକ ସାର ବ୍ୟବହାର କରି ଉତ୍ପାଦନ ହେଉଛି ପରିବା। କରୋନା ତାଲାବନ୍ଦ ବେଳେ ଛାତ ଉପରେ ବାଇଗଣ, ମୁଳା, ଗାଜର, ବିଟ, ବିମ, ବିଲାତି, କୋବି, ଲଙ୍କା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଦୁଇ ଜଣ ଶିକ୍ଷକ ଭାଇ ।

କେନ୍ଦୁଝର ଘସିପୁରା ବ୍ଲକ କଇଁଆବୋରେଇ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ଦୁଇ ପୁଅ ଦେବିଦତ ଓ ଦେବାଶିଷ ପେଷାରେ ଶିକ୍ଷକତା କରୁଥିବା ବେଳେ କରୋନା ମହାମାରୀ ପାଇଁ ଲକଡାଉନ ବେଳେ ଶିକ୍ଷକରୁ ଚାଷୀ ହୋଇଗଲେ । ଏବଂ ଜୈବିକ ସାର ପ୍ରୟୋଗ କରି ନିଜ ବାଡି ସହ ଛାତ ଉପରେ ପନିପରିବା କରି ତାହାକୁ ବ୍ୟବହାର କରିବା ସହ ବଳକା ପନିପରିବାକୁ ଖୁବ୍ କମ ଦରରେ ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଛନ୍ତି । ଆଉ  ଆଜିର ଯୁବ ପିଢିମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ନିଜର ଆତ୍ମବିଶ୍ବାସ ଓ ସ୍ୱଳ୍ପ ପରିଶ୍ରମ ବଳରେ ଏହା ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ଦୁଇ ଶିକ୍ଷକଭାଇ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe