ଅଧାରେ ଅଟକି ଯିବନି ଦେବାଶିଷଙ୍କ ସ୍ୱପ୍ନ । ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ଛାତ୍ରଙ୍କୁ ଡାକ୍ତରୀ ପଢାଇବାକୁ ଆଗକୁ ଆସିଲେ ତାଙ୍କ ଶିକ୍ଷକ ।

ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ କହିଲେ, ମୁଁ କରିବି ମୋ ଛାତ୍ରଙ୍କୁ ଡାକ୍ତର

112

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ନିଆରା ଉଦାହରଣ ସୃଷ୍ଟି କଲେ ଜଣେ ଶିକ୍ଷକ । ଆର୍ଥିକ ଅନଟନରେ ଜୁଝି ହେଉଥିବା ଜଣେ ମେଧାବୀ ଛାତ୍ରଙ୍କୁ ଡାକ୍ତରୀ ପାଠ ପଢାଇବେ ପ୍ରଧାନ ଶିକ୍ଷକ । ଯାହା ଗୁରୁଶିଷ୍ୟଙ୍କ ନିଆରା ସମ୍ପର୍କକୁ ପ୍ରମାଣିତ କରିଛି ।

ସମ୍ବଲପୁର ମାନେଶ୍ୱର ବ୍ଲକ କନବାର ଗାଁର ଜଣେ ମେଧାବୀ ଛାତ୍ର ହେଉଛନ୍ତି ଦେବାଶିଷ ବାରିକ । ଚଳିତ ନିଟ୍ ପରୀକ୍ଷାରେ ସେ ୭୨୦ ମାର୍କରୁ ୬୩୯ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ପୁଅ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ଅଭାବୀ ପରିବାର ହାତରେ କିନ୍ତୁ ଅର୍ଥ ନାହିଁ । କିନ୍ତୁ ଦେବାଶିଷ ଡାକ୍ତରୀ ପାଠ ପଢିବେ । ତାଙ୍କ ଡାକ୍ତର ସ୍ୱପ୍ନକୁ ସାକାର କରିବା ପାଇଁ ଆଗକୁ ଆସିଛନ୍ତି ସେ ପାଠ ପଢିଥିବା ସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଧାନ । ଦେବାଶିଷଙ୍କ ଡାକ୍ତରୀ ପାଠ ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦେବେ ବୋଲି ସେ ଘୋଷଣା କରିଛନ୍ତି ।

ମଧ୍ୟବିତ୍ତ ପରିବାରର ମେଧାବୀ ଛାତ୍ର ଦେବାଶିଷ, ମାଟ୍ରିକ ପାସ୍ କରିବା ପରେ ତାଙ୍କ ପଠାପଢା ଶେଷ କରିଦେବାକୁ ନିଷ୍ପତି ନେଇଥିଲେ ପରିବାର । ହେଲେ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ ଓ ଏକ ଘରୋଇ କଲେଜ ସହଯୋଗରେ ଯୁକ୍ତ ଦୁଇ ପଢିବା ସହ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ରେ ଭଲ ରେଜଲ୍ଟ କରିଛନ୍ତି । ତେବେ ଛାତ୍ର ଜୀବନରେ ଶିକ୍ଷକଙ୍କ ଅବଦାନର ତୁଳନା ନାହିଁ । ହେଲେ ଦେବାଶିଷଙ୍କ କ୍ଷେତ୍ରରେ ଶିକ୍ଷକ ଚିତ୍ତରଞ୍ଜନଙ୍କ ଅବଦାନ ଅତୁଳନୀୟ ।