ଦୀପାବଳିରେ ଟିମ୍ ଇଣ୍ଡିଆର ରନ୍ ବର୍ଷା । ନେଦରଲ୍ୟାଣ୍ଡସ୍ ଆଗରେ ୪୧୧ ରନର ଟାର୍ଗେଟ । ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ

191

କନକ ବ୍ୟୁରୋ: ଦୀପାବଳିରେ ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ଆତସବାଜି । ଅନ୍ତିମ ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । କେ. ଏଲ ରାହୁଲ-ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଶତକ ସାଙ୍ଗକୁ କୋହଲି, ରୋହିତ, ଶୁଭମନଙ୍କ ଅର୍ଦ୍ଧଶତକ । ନେଦରଲ୍ୟାଣ୍ଡ ସମ୍ମୁଖରେ ୪୧୧ ରନର ବିରାଟ ବିଜୟ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ନିଜର ଅପରାଜେୟ ଧାରା ଜାରି ରଖିଥିବା ବେଳେ ଅନ୍ତିମ ଲିଗ୍ ମ୍ୟାଚରେ ମଧ୍ୟ କମାଲ ଦେଖାଇଛନ୍ତି ଇଣ୍ଡିିଆନ ବ୍ୟାଟର । ଶ୍ରେୟସ ଆୟର ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ୧୨୮ ରନର ପାରି ଖେଳିଥିବା ବେଳେ କେ.ଏଲ ରାହୁଲ ୬୪ଟି ବଲରେ ୧୦୨ ରନର ଇନିଂସ ଖେଳିଛନ୍ତି । କ୍ୟାପଟେନ ରୋହିତ ଶର୍ମା ୫୪ବଲରେ ୮ଟି ଚୌକା, ୨ଟି ଛକା ବଳରେ ୬୧ ରନ ସଂଗ୍ରହ କରିଥିବା ବେଳେ ଶୁଭମନ ଗିଲ ମାତ୍ର ୩୨ଟି ବଲ ଖେଳି ୩ଟି ଚୌକା, ୪ଟି ଛକା ସହ ୫୧ରନ ସଂଗ୍ରହ କରିଛନ୍ତି ।

ସେହିପରି କିଙ୍ଗ୍ କୋହଲି ଆଜିର ମ୍ୟାଚରେ ୫ଟି ଚୌକା ଗୋଟିଏ ଛକା ବଳରେ ୫୧ ରନ ସଂଗ୍ରହ କରି ନିଜ କ୍ୟାରିୟରର ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ବୁଧବାର ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ଲଢେଇ ପୂର୍ବରୁ ଆଜିର ପ୍ରଦର୍ଶନ ଖେଳାଳିଙ୍କ ମଧ୍ୟରେ ଜୋଶ ଭରିଛି । ସେମି ଲଢେଇ ପୂର୍ବରୁ ଭାରତୀୟ ଟପ ଅର୍ଡର ସମେତ ସମସ୍ତ ଖେଳାଳିି ଫର୍ମରେ ରହିଥିବା ଆଜିର ମ୍ୟାଚରେ ପ୍ରମାଣିତ ହୋଇଛି । ବିଶ୍ୱକପର ଅନ୍ତିମ ମ୍ୟାଚରେ ଦୁଇଟି ଶତକ ସାଙ୍ଗକୁ ୩ଟି ଅର୍ଦ୍ଧଶତକ ଭାରତୀୟ ଟିମ୍ର ବ୍ୟାଟିଂ ଦକ୍ଷତାର ପ୍ରମାଣ ଦେଇଛି ।